ଭୁବନେଶ୍ୱର ୦୫/୦୭: ବିଜେଡ଼ିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ରେ ଅଶାଳୀନ ମନ୍ତବ୍ୟ ଘଟଣା । ନୀଳଗିରି ବିଧାୟକଙ୍କ ନାଁରେ ମାମଲା ରୁଜୁ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ । ନୀଳଗିରି ବିଧାୟକଙ୍କ ନାଁରେ ଲାଗିଛି BNS ର ସଙ୍ଗୀନ ଦଫା I
U/S-୭୫(୧): ଯୌନ ନିର୍ଯାତନା, ୭୦ ଅଶାଳୀନ ମନ୍ତବ୍ୟ ରଖିବା, ୨୯୬: ସର୍ବସାଧାରଣରେ ଗାଳି ଗୁଲଜ କରିବା, ୩୫୬: ମାନହାନୀ କରିବା ଭଳି ଦଫା ଲାଗିଛି । ତେବେ ମୋ ବାବଦରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ I ଏନେଇ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ନାଁରେ ଶୁକ୍ରବାର ଦେଇଥିଲେ ଏତଲା। ଆଜି ଥାନାରୁ ଗ୍ରହଣ କଲେ ଏତଲା କପି। ସନ୍ତୋଷ ଖଟୁଆଙ୍କ ନାଁରେ ଲାଗିଛି ବିଏନ୍ଏସ୍ ର ୪ଟି ଦଫା ।
ସେପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ବିଧାୟକଙ୍କ ଫାର୍ମ ହାଉସ ଠାରୁ ମୋ ଘର ଅଳ୍ପ ଦୂରରେ । ତେଣୁ କିଛି ବି ଅଘଟଣ ଘଟିପାରେ । ମୋ ଜିବନ ପ୍ରତି ବିପଦ ରହିଛି । ମୋତେ ସୁରକ୍ଷା ଦିଆଯାଉ । ଏ ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।