ଅସହ୍ୟ ତାତିରେ ଜଳିଲା ସାରା ରାଜ୍ୟ, ଦିନ ସାଢେ ୨ଟା ସୁଦ୍ଧା ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ବର ୧୫।୪: ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ । ଜଳିଲା ସାରା ଓଡିଶା । ଅସହ୍ୟ ହେଲା ତାତି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ୪୧.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର । ସେହିଭଳି ଚାନ୍ଦବାଲିରେ ୪୧.୧ ଡିଗ୍ରୀ, ଝାରସୁଗୁଡାରେ ୪୧ ଡିଗ୍ରୀ, ବାଲେଶ୍ୱରରେ ୪୦ ଡିଗ୍ରୀ, ହୀରାକୁଦରେ ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪ ଡିଗ୍ରୀ, ରାଉରକେଲାରେ ୩୯.୨ ଡିଗ୍ରୀ, କେନ୍ଦୁଝରରେ ୩୮.୯ ଡିଗ୍ରୀ, ଗୋପାଳପୁରରେ ୩୫.୫ ଡିଗ୍ରୀ, ପାରାଦୀପରେ ୩୫.୨ ଡିଗ୍ରୀ, ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସୋମବାର ସକାଳୁ ସକାଳୁ ତାପମାତ୍ରା ୩୦ ଟପିଥିବା ଦେଖିବାକୁ ମିଳିଥିବା ବେଳେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ ହୋଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱରରେ ୩୯.୬ ଡିଗ୍ରୀ, ଭୁବନେଶ୍ୱରରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୮.୭ ଡିଗ୍ରୀ, ଝାରସୁଗୁଡାରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ହୀରାକୁଦରେ ୩୭.୫  ଡିଗ୍ରୀ, ରାଉରକେଲାରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୫ ଡିଗ୍ରୀ, ପୁରୀରେ ୩୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ସକାଳୁ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୨.୬ ଡିଗ୍ରୀ, ପାରାଦୀପରରେ ୩୨ ଡିଗ୍ରୀ, ପୁରୀରେ ୩୨ ଡିଗ୍ରୀ, କେନ୍ଦୁଝରରେ ୩୨ ଡିଗ୍ରୀ, ବାଲେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲରେ ୩୧.୬ ଡିଗ୍ରୀ, ଝାରସୁଗୁଡାରେ ୩୦.୮ ଡିଗ୍ରୀ, ହୀରାକୁଦରେ ୩୦.୨ ଡିଗ୍ରୀ, ସମ୍ୱଲପୁରରେ ୩୦ ଡିଗ୍ରୀ, ରାଉରକେଲାରେ ୩୦ ଡିଗ୍ରୀ, ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । 

ରାଜ୍ୟକୁ ଉତ୍ତର, ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବଢୁଛି । ଏଥିପାଇଁ ଦିନବେଳା ତାତି ବଢ଼ିଚାଲିଛି । ଆଗକୁ ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ପ୍ରଚଣ୍ଡ ତାତି ଯୋଗୁ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ହେବ । ପୁଣି ଲୋକଙ୍କୁ କଲବଲ କରିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.