ଘଟଗାଁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୩୧୨ କୋଟି ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ

NEWS7
bhubaneswar-has-become-the-hottest-city-in-the-country

ଭୁବନେଶ୍ୱର ୦୭।୧୨ : ରବିବାର କେନ୍ଦୁଝର ଜିଲ୍ଲା ଘଟଗାଁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୬୦ ଏକର ପରିମିତ ଜମି ଉପରେ ମା'ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ରଖିବେ। ଏହି ପ୍ରକଳ୍ପ ସମୂହରେ ୩୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଘଟଗାଁ ମିନି ଷ୍ଟାଡିୟମ୍ ନିକଟ ଅସ୍ଥାୟୀ ହେଲିପ୍ୟାଡ ରେ ଓଲ୍ହାଇ ସେଠାରୁ ୨ କିଲୋମିଟର ରୋଡ ଶୋ' କରି ତାରିଣୀ ମନ୍ଦିରକୁ ଯିବେ । ସେଠାରେ ମା ତାରିଣୀଙ୍କ ଦର୍ଶନ କରି ମନ୍ଦିର ପରିସରରେ ଭୂମି ପୂଜନ ପାଇଁ ଚାଲିଥିବା ଚଣ୍ଡୀପାଠ, ଗୀତା ଯଜ୍ଞରେ ପୂଜାରେ ପୂର୍ଣ୍ଣାହୂତି ଦେବେ।

ଘଟଗାଁ ହେବାକୁ ଯାଉଛି ଓଡ଼ିଶାର ଏକ ପ୍ରମୁଖ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର । ବିଶ୍ବସ୍ତରୀୟ ହେବ ଘଟଗାଁ ମନ୍ଦିର ପ୍ରକଳ୍ପ । ଯାତ୍ରୀମାନଙ୍କ ସୁବିଧାକୁ ଆଖିରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା'ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ଵ୍ୟାଖ୍ୟାନ କେନ୍ଦ୍ର ହେବ । ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍ ଟାୱାର୍ ଆଦି ନିମନ୍ତେ ଯୋଜନା ହୋଇଛି। ମନ୍ଦିରକୁ ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି । ଶିଳାନ୍ୟାସ କରିବା ପରେ ମିନି ଷ୍ଟାଡିୟମ୍ ପଡ଼ିଆରେ ଏକ ସାଧାରଣ ସଭା ଆୟୋଜନ କରାଯାଇଛି ।