LIVE TV
LIVE TV

ସବୁ ପରୀକ୍ଷାରେ ପାସ୍ ମୁମ୍ବାଇର ଦ୍ବିତୀୟ ଅନ୍ତର୍ଜାତୀୟ ଏୟାରପୋର୍ଟ, ଡିସେମ୍ବର ୨୫ରେ ଉଦ୍‌ଘାଟନ

NEWS7
bhubaneswar-and-balasore-hottest-in-odisha-at-406c-by-1130am

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଦ୍ବିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ । ନଭି ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ (ଏନଏମଆଇଏ) ୨୫ ଡିସେମ୍ବର ୨୦୨୫ରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହା ପୂର୍ବରୁ ୨୯ ଏବଂ ୩୦ ନଭେମ୍ବରରେ ପ୍ୟାସେଞ୍ଜର ସିମୁଲେସନ୍ ପରୀକ୍ଷାରେ ପାସ୍ କରିଛି ଏହି ଏୟାର ପୋର୍ଟ । ଏୟାର ପୋର୍ଟର ଅପରେସନାଲ୍ ରେଡିନେସ୍ ଏବଂ ଏୟାରପୋର୍ଟ ଟ୍ରାନ୍ସଫର (ଓଆରଏଟି) ଟିମ୍ ଏହି ପରୀକ୍ଷା କରିଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ଟ୍ରାୟଲରେ ଶତାଧିକ କର୍ମଚାରୀଙ୍କୁ ନିଆଯାଇଥିଲା । ସମସ୍ତ ପ୍ରମୁଖ ପ୍ରକ୍ରିୟା ମାଧ୍ୟମରେ ଏୟାରପୋର୍ଟର ସ୍ଥାୟିତ୍ବ ଏବଂ ଅନ୍ୟ ଦିଗ ଉପରେ ପରୀକ୍ଷା ନୀରିକ୍ଷା କରାଯାଇଥିଲା । ଏହି ସବୁ ପରୀକ୍ଷାରେ ପାସ ହୋଇଯାଇଛି ଏନଏମଆଇଏ ।

ନଭି ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବା ମାତ୍ରେ ଯାତ୍ରୀଙ୍କ ଉଡ଼ାଣ ସୁରକ୍ଷିତ ହୋଇପାରିବ କି ନାହିଁ ତାହା ପରୀକ୍ଷା କରାଯାଇଛି । ଟିମ୍ ଠିକ୍ ସେହିଭଳି ହିଁ ସବୁ ପ୍ରକାର ପରୀକ୍ଷା କରିଛି । ଉଦଘାଟନ ପୂର୍ବରୁ ପରୀକ୍ଷାମୂଳକ ଭାବରେ ଏୟାରପୋର୍ଟରୁ ବିମାନ ଉଡ଼ାଣ ହୋଇଛି । ଏଥିରେ ଯାତ୍ରୀଙ୍କ ସିଟ୍ରେ ବସିଥିଲେ ଏୟାରପୋର୍ଟର କର୍ମଚାରୀ । ଫୁଲ-ସ୍କେଲ୍ ପ୍ୟାସେଞ୍ଜର ଟ୍ରାୟଲ୍ରେ ସଫଳତା ମିଳିବା ପରେ ଏବେ ଏନଏମଆଇଏ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଛି । ଡିସେମ୍ବର ୨୫ରେ ଏହି ଏୟାରପୋର୍ଟ ଉଦଘାଟନ ହେବ ।

ନଭି ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଆରମ୍ଭ ହେବା ପରେ ମୁମ୍ବାଇକୁ ଯୋଗଯୋଗ ଆହୁରି ଭଲ ହୋଇପାରିବ । ଏହି ଏୟାରପୋର୍ଟରେ ଅତ୍ୟାଧୁନିକ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରୀଙ୍କ ସୁବିଧା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ସାଉଥ ମୁମ୍ବାଇରୁ ପ୍ରାୟ ୩୭ କିଲୋମିଟର ଦୂରତାରେ ରହିଛି ନଭି ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ । ବିମାନ ବନ୍ଦର ୧୦,୬୬୦ ହେକ୍ଟରରେ ବ୍ୟାପିଛି । ଏହାକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମଡେଲ୍ରେ ନିର୍ମାଣ କରାଯାଇଛି । ଏଥିରେ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍ର ୭୪ ପ୍ରତିଶତ ଏବଂ ସିଆଇଡିସିଓର ୨୬ ପ୍ରତିଶତ ଶେୟାର ରହିଛି ।