ଭୁବନେଶ୍ୱର ବିମାନବନ୍ଦରରେ ରାତି ତମାମ ରେଡ୍, ସାମିଲ ଥିଲେ ୩୦ ବଛା ବଛା ଅଫିସର

NEWS7
bhishek-bajaj-and-her-sisters-meets-with-car-accident

ଭୁବନେଶ୍ୱର ୧୮।୦୧ : ବିମାନବନ୍ଦରରେ ରାତି ତମାମ ରେଡ୍ । NCB ( ନାର୍କୋଟିକ କଣ୍ଟ୍ରୋଲ ବୋର୍ଡ) ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ନାଇଟ୍ ଅପରେସନ ଜାରି ରହିଛି । ବିମାନବନ୍ଦର ଇତିହାସରେ ଏହା ସବୁଠୁ ବଡ଼ ରେଡ୍ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ୩୦ରୁ ଅଧିକ ଅଫିସର ଭୋର ୩ଟା ସମୟରେ ହଠାତ୍ ଭୁବନେଶ୍ୱର ବିମାନବନ୍ଦରରେ ଚଢାଉ କରିଥିଲେ । ସନ୍ଧାନୀ କୁକୁର ବିମାନବନ୍ଦର ପରିସରରେ ରାତିତମାମ କରିଥିଲେ ସର୍ଚ୍ଚ ଅପରେସନ । ଏକ ବଡ଼ଧରଣର ନିଶା କାରବାର ରୋକିବାକୁ ଏନ୍ସିବି ପକ୍ଷରୁ ଚାଲିଥିଲା ନାଇଟ୍ ଅପରେସନ । ଏହି ଅପରେସନରେ ଥିଲେ ବଛା ବଛା ଅଫିସର । ଦେଶ ବାହାରୁ ଆସିଥିବା ଫ୍ଲାଇଟ୍ରେ କିଛି ନିଶା ଦ୍ରବ୍ୟ ଆସିଥିବା ସନ୍ଦେହରେ ଚଢାଉ କରିଥିଲା ଏନସିବି । ଭୋର ୩ଟାରୁ ସକାଳ ୮ଟା ଯାଏ ଚାଲିଥିଲା ଏହି ମାରାଥନ ରେଡ୍ । ବର୍ତ୍ତମାନ ଯାଏଁ ଚଢାଉରେ ଏନସିବିକୁ କଣ ସବୁ ତଥ୍ୟ ମିଳିଛି । ସେନେଇ କୌଣସି ସୂଚନା ମିଳିନାହିଁ ।