ଭଦ୍ରକ ୧୫।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ତନାଘନା । ସମସ୍ତ ମହାବିଦ୍ୟାଳୟ ଗୁଡ଼ିକରେ କଲେଜ ଆଭ୍ୟନ୍ତରୀଣ କମିଟି ଉପରେ ପ୍ରଶ୍ନ ଉଠିଛି । ତେବେ କେତେକ ଗଣମାଧ୍ୟମ ଅନୁଯାୟୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ୪ ଜଣ ଅଧ୍ୟାପକଙ୍କ ନାମରେ ଅନେକ ଅଭିଯୋଗ ଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମଧ୍ୟ ସଚେତନ କରାଯାଇଛି ଏହି ୪ ଜଣ ଅଧ୍ୟାପକଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି ।
ଏଫଏମ କଲେଜ ଘଟଣା ପରେ ପୁଣି ଥରେ କଲେଜ ଆଭ୍ୟନ୍ତରୀଣ କମିଟି ଡକାଯାଇଛି । ଯେଉଁଥିରେ କଲେଜ ସହ ଜଡ଼ିତ ନଥିବା ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଭ୍ୟନ୍ତରୀଣ କମିଟି ବୈଠକ ପରେ କଲେଜ ପରିସରରେ ଅନେକ ସ୍ଥାନରେ ତାଲିକା ଓ ଫୋନ୍ ନମ୍ବର ଜାରି କରାଯିବ । ସର୍ବ ସମ୍ମୁଖରେ କିମ୍ବା ଅଧକ୍ଷଙ୍କ ନିକଟରେ ଅଭିଯୋଗ କରିବା ପାଇଁ ନ ଚାହିଁଲେ ଜାରି ହୋଇଥିବା ଫୋନ୍ ନମ୍ବରରେ ଅଭିଯୋଗ କରି ପାରିବେ ବୋଲି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି ।
You Can Read:
ଭଦ୍ରକ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ, ବ୍ୟାପକ ପୋଲିସ ମୁତୟନ