ଡ୍ୟୁଟିରେ ଥିଲେ, ପଳାଇଲା ଚାକିରି… ମହିଳା କର୍ମଚାରୀ ପହଞ୍ଚିଗଲେ ମେଡିକାଲରେ

NEWS7
berhampur-town-police-arrested-6-people-for-kidnapping-of-youth-and-demand-of-rs-3-crore

ଭଦ୍ରକ ୩।୨: ଅଚାନକ ଛଟେଇ, ଖବର ଶୁଣି ବେହୋସ୍ ମହିଳା କର୍ମଚାରୀ । ମେଡିକାଲରେ ହେଲେ ଭର୍ତ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସ୍ଥିତ ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଥିଲେ ମହିଳା କର୍ମଚାରୀ । କୌଣସି ଯୁକ୍ତିସଙ୍ଗତ କାରଣରେ ଛଟେଇକୁ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ଭଦ୍ରକ ସଂଘ ପକ୍ଷରୁ ବିରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସ୍ଥିତ ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଅଚାନକ ଛଟେଇ ହୋଇଯିବା ଖବର ଶୁଣିବା ପରେ ସେ ବେହୋସ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳା କର୍ମଚାରୀ ଜଣଙ୍କ ହେଲେ ଦୋବଲ ପଞ୍ଚାୟତ ଇଟୁଆ ଗ୍ରାମର ମାନସୀ ବାରିକ । ସେ ପ୍ରାୟ  ବର୍ଷ ଧରି ଧାମନଗର ଟାଟା ପାୱାର କଷ୍ଟମର କେୟାର ବିଭାଗରେ କାର୍ଯ୍ୟରତ ଥିଲେ । ସେ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ଆଉ ଚାକିରି ନଥିବା ସୂଚନା ଦିଆଯାଇଥିଲା । ଏହି ଖବର ଶୁଣି ସେ ବେହୋସ ହୋଇ ତଳେ ପଡିଯାଇଥିଲେ । ସହକର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରାଇଥିଲେ ।

ଘଟଣାର ସୂଚନା ପାଇ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ଭଦ୍ରକ ସଂଘର କର୍ମକର୍ତ୍ତା ମାନେ ମେଡିକାଲରେ ପହଞ୍ଚି ମାନସୀ ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୁରୁଣା କର୍ମଚାରୀ ମାନଙ୍କୁ ବାହାର କରି ନୂଆ କର୍ମଚାରୀ ନିଯୁକ୍ତି ନାମରେ ଟଙ୍କା ଆଦାୟ ପାଇଁ ଏଭଳି ଛଟେଇ କରାଯାଉଛି । ପୁରୁଣା କର୍ମଚାରୀ ମାନଙ୍କୁ ନୂଆ ଏଜେନ୍ସି ମାଧ୍ୟମରେ ପୁନର୍ବାର ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି । ଯଦି ଏଭଳି ବିନା କୌଣସି ଯୁକ୍ତିସଙ୍ଗତ କାରଣରେ ଛଟେଇ ପ୍ରକ୍ରିୟା ଜାରି ରହେ, ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଘଟଣାକୁ ନେଇ ଟାଟା ପାୱାର ତରଫରୁକୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏ ଖବର ବି ପଢ଼ନ୍ତୁ:- https://www.prameyanews7.com/maoist-surrender-in-rourkela-police​​​​​​​