ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି, ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

NEWS7
berhampur-town-police-arrested-6-people-for-kidnapping-of-youth-and-demand-of-rs-3-crore

ଭୁବନେଶ୍ବର ୨୫।୧୨: ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ମନମୋହନ କହିଛନ୍ତି ।

ମନମୋହନ ସାମଲଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ଆମେ ରାଜନୀତି କରିବୁଲୋକଙ୍କ ପାଇଁ ରାଜନୀତି କରିବୁ । ଏହି ସରକାରରେ ୪୦ ହଜାର ନାରୀ ନିର୍ଯାତନାର ଶୀକାର ହୋଇଛନ୍ତି । ଚାନ୍ଦବାଲିରେ ୟ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଶୀକାର ହୋଇଛନ୍ତି । ରାଜ୍ୟରେ ନାବାଳିକା ସୁରକ୍ଷିତ ନୁହେଁ । ଜନସାଧାରଣଙ୍କ କ୍ଷୋଭରେ ଆଜି ଚାନ୍ଦବାଲି ବନ୍ଦ ପାଳନ ହୋଇଛି । ଗାଁ ଗାଁରେ ବର୍ତ୍ତମାନ ନାରୀ ଅସୁରକ୍ଷିତ । ଆମେ ଆଶା କରୁଛୁ ସରକାର ଚେତିବେ ବୋଲି ଦେବୀ ମିଶ୍ର କହିଛନ୍ତି ।