କଟକ ୧୫/୦୨: ବେଲେଶ୍ୱର ବୃଦ୍ଧ ଦମ୍ପତି ହତ୍ୟା କାଣ୍ଡ ଘଟଣା । ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କଲା ଅଭିଯୁକ୍ତ । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ବଖାଣିଲା ହତ୍ୟା କାଣ୍ଡର ବିଭତ୍ସ କାହାଣୀ । ପୋଲିସ ସାମ୍ନାରେ ସବୁକିଛି ଗୋଟି ଗୋଟି କରି କହିଲା ଅଭିଯୁକ୍ତ । କଟକ ଡିସିପି ଜଗମୋହନ ମିନାଙ୍କ ଉପସ୍ଥିତିରେ ହତ୍ୟା କାଣ୍ଡର କାହାଣୀ ବଖାଣିଛି ଅଭିଯୁକ୍ତ ।
ଶୁକ୍ରବାର ଘଟଣାର ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଚୋର ବେଶରେ ହତ୍ୟାକାରୀକୁ ଧରିଲା କମିଶନରେଟ୍ ପୋଲିସ। ସାମ୍ୱାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ। ୨୦୧୯ ଡିସେମ୍ୱର ୧୪ ତାରିଖ ଦିନ କଟକ ବେଲେଶ୍ୱରରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ ତାଙ୍କ ଘରର ଚାକରାଣୀ ଓ ତାଙ୍କ ସ୍ୱାମୀ ।
ସେମାନେ ହେଲେ ସନ୍ତୋଷ ସମାଧା ଓ ବାସନ୍ତୀ ଓ ସମାଧା । ଉଭୟଙ୍କୁ ଗିରଫ କରାଯାଇଛି । ମାସେ ଆଗରୁ ମର୍ଡର ପ୍ଲାନ କରିଥିଲେ ଅଭିଯୁକ୍ତ ଦମ୍ପତି। ପୂର୍ବ ପ୍ରସ୍ତୁତି ଅନୁସାର ଘରର ମାଲିକ ୭୦ ବର୍ଷିୟ ଶ୍ରୀନାଥ ସାମଲ ଏବଂ ୬୪ ବର୍ଷିୟ ବିଦୁଲତା ସାମଲଙ୍କୁ ହତ୍ୟା କରିଥିଲେ ।
ସୂଚନା ଥାଉକି, ୨୦୧୯ ଡିସେମ୍ବର ୧୨ ସଂଧ୍ୟା । କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଘରେ ରହୁଥିବା ବୃଦ୍ଧ ଦମ୍ପତ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।
ଉଭୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିଲା । ମୃତକ ହେଲେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲଙ୍କର ୫ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତେବେ ସମସ୍ତେ ବାହାରେ ରହୁଥିବାବେଳେ ବୃଦ୍ଧି ଦମ୍ପତି ଘରେ ଥିଲେ । ହତ୍ୟା ପରଦିନ ତାଙ୍କ ଝିଅ ଫୋନ୍ କରିବାରୁ କେହି ରିସିଭ୍ କରନିଥିଲେ। ଏ ସମ୍ପର୍କରେ ପଡୋଶୀଙ୍କୁ ଜଣାଇଥିଲେ । ପଡୋଶୀ ଘଟଣାସ୍ଥଳକୁ ଯାଇ ଘର କବାଟ ଖୋଲାଥିବା ଦେଖିଥିଲେ । ଆଉ ଭିତରେ ପଡିଥିଲା ମୃତଦେହ ।
ଘଟଣାସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା । କେହି ପରିଚିତ ଲୋକ ଉଭୟଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା । ତେବେ ଘଟଣାକୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ଧରାପଡ଼ିନଥିଲା । ଅପରାଧୀକୁ ଧରିବାରେ ବିଫଳ ହେବା ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା କରାଯାଉ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ପରିବାର ଲୋକେ ।
ପରେ ହତ୍ୟା ଘଟଣାରେ ପୋଲିସର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତ ଅଟକ ଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ କଟକ କମିସନରେଟ୍ ପୋଲିସ ଅଞ୍ଚଳର ବୋଲି ସୁରାକ ମିଳିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ସହର ଭିତରେ ଓ ଏହାର ଆଖପାଖରେ ପୋଲିସ ତାର ତଦନ୍ତକୁ ଜାରି ରଖିଥିଲା ।