ନୂଆଦିଲ୍ଲୀ ୧୮/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମାୟାର ଜେଲେନସ୍କିଙ୍କ ମଧ୍ୟରେ ଆଜି ମିଟିଂ । ଦୁଇ ଦେଶର ରାଷ୍ଟ୍ରମୁଖିଆଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଆମେରିକାର ୱାଶିଂଟନ ଡିସିରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ପାଇଁ ସ୍ଥିର ହୋଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହି ସୂଚନା ଦେଇଛନ୍ତି ।
ଯୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧବିରତି ପାଇଁ ଶନିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ବସିଥିଲା । ଆଲାସ୍କାରେ ବସିଥିବା ଏହି ବୈଠକରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲେ ବି ଋଷ- ୟୁକ୍ରେନ ଯୁଦ୍ଧବିରତି ପାଇଁ କୌଣସି ସହମତି ହୋଇପାରିନାହିଁ । ଏହାପରେ ଜେଲେନସ୍କିଙ୍କ ସହ ସମ୍ଭାବ୍ୟ ଆଲୋଚନା ନେଇ ଟ୍ରମ୍ପ ସୂଚନା ଦେଇଥିଲେ । ଏବେ ସୋମବାର ଟ୍ରମ୍ପ ଓ ଜେଲେନସ୍କିଙ୍କ ଆଲୋଚନା ଉପରେ ସାରା ବିଶ୍ୱର ନଜର ରହିଛି ।
ତେବେ ଆମେରିକାର ୱାସିଂଟନ ଡିସିରେ ହେବ ବୈଠକ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସୂଚନା ପୂର୍ବରୁ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ବୈଠକ ବସିଥିଲା । ବୈଠକରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ । ଏବେ ଟ୍ରମ୍ପ ଓ ଜେଲେନସ୍କିଙ୍କ ଆଲୋଚନା ଉପରେ ବିଶ୍ୱର ନଜର । ତେବେ ସାକ୍ଷାତ ପୂର୍ବରୁ ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ୟୁକ୍ରେନ ଏହାର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ ।
ସେ ନିଜ ସର୍ତ୍ତରେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ରହିବେ। ଏହି ସମୟରେ, ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନକୁ ସମର୍ଥନ କରିଛନ୍ତି। ଜେଲେନସ୍କି ଏକ ବିବୃତ୍ତିରେ କହିଛନ୍ତି । 'ଏହା ଏକ ଐତିହାସିକ ନିଷ୍ପତ୍ତି ଯେ ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟିରେ ଅଂଶଗ୍ରହଣ କରିବାକୁ ଆମେରିକା ପ୍ରସ୍ତୁତ।
ଏହି ଗ୍ୟାରେଣ୍ଟିଗୁଡ଼ିକ ଆମର ମିଳିତ ପ୍ରୟାସର ଫଳାଫଳ ହେବା ଉଚିତ ଯାହା ପ୍ରକୃତରେ ବ୍ୟବହାରିକ, ସ୍ଥଳ, ବାୟୁ ଏବଂ ସମୁଦ୍ରରେ ସୁରକ୍ଷା ଅନ୍ତର୍ଭୁକ୍ତ ଏବଂ ୟୁରୋପର ଅଂଶଗ୍ରହଣରେ ବିକଶିତ ହେବା ଉଚିତ। ସେ କହିଛନ୍ତି ଯେ ରୁଷ ସହିତ ଆଲୋଚନା ବର୍ତ୍ତମାନର ଆଗ ଧାଡିରୁ ଆରମ୍ଭ ହେବା ଉଚିତ। ସୋମବାର ୱାଶିଂଟନରେ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତର ଗୋଟିଏ ଦିନ ପୂର୍ବରୁ ଜେଲେନସ୍କିଙ୍କ ଏହି ବିବୃତ୍ତି ଆସିଛି।