କେବଳ ପରୀକ୍ଷା ପୂର୍ବଦିନ ହିଁ ପଢ଼ନ୍ତି ଶୁଭାଂଶୁ, କମ୍‌ ନମ୍ବର ରଖିବାରୁ ଘରେ ପହଞ୍ଚିଥିଲେ ଶିକ୍ଷକ

Published By : Prameya-News7 Bureau | June 11, 2025 IST

News7

ନୂଆଦିଲ୍ଲୀ: ପିଲାଦିନର ସ୍ୱପ୍ନ ହେଲା ପୂରଣ। ମହାକାଶ ଯିବେ ଶୁଭାଂଶୁ ଶୁକ୍ଲା। ଗର୍ବ କରୁଛି ଦେଶ। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନକୁ ଯିବେ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା। ଶୁଭାଂଶୁଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ସ୍କୁଲ ଜୀବନକୁ ଆସିଛି କାହାଣୀ ଯାହା ଆପଣ ବି ଶୁଣିଲେ ଚକିତ ହୋଇଯିବେ।

ସ୍କୁଲ ସମୟରେ ବହୁ ଚୁପଚାପ୍‌ ଓ ପରିଶ୍ରମୀ ଥିଲେ ଶୁଭାଂଶୁ। ସବୁ ଗୁଣର ସେ ଅଧିକାରୀ। ବିଶେଷ କରି ପିଲାଦିନୁ ମହାକାଶ ବିଷୟରେ ଜାଣିବା ପାଇଁ ତାଙ୍କର ବହୁତ ଆଗ୍ରହ ଥିଲା। ସେ କେବଳ ଭଲ ପାଠପଢୁ ନଥିଲେ ବରଂ କ୍ରୀଡା ଏବଂ ଅନ୍ୟ ପ୍ରତିଯୋଗିତାରେ ସେ ପାରଙ୍ଗମ ଥିଲେ। 

ଶୁଭାଂଶୁଙ୍କୁ ISSକୁ ଯିବା ପାଇଁ ଚୟନ କରାଯିବା ପରେ ଖୁସିରେ ସେଲିବ୍ରେସନ କରିଛନ୍ତି ସ୍କୁଲ ଶିକ୍ଷକ। ଶୁଭାଂଶୁଙ୍କୁ ଶୁଭକାମନା ଜଣାଇବା ସହ ମିଶନ ସଫଳ ପାଇଁ ପ୍ରାର୍ଥନା କରୁଛନ୍ତି। ଶୁଭାଂଶୁ ଆଲିଗଞ୍ଜ ସ୍ଥିତ ସିଟି ମଣ୍ଟେସୋରି ସ୍କୁଲରୁ ଇଣ୍ଟରମିଡିଏଟ୍ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ସେ ୨୦୦୨ ମସିହାରେ ଦ୍ୱାଦଶ ପାସ୍ କରିଥିଲେ। ଶୁଭାଂଶୁ ସ୍କୁଲରେ ପାଠପଢା ସମୟରେ ତାଙ୍କର ସ୍ମତିକୁ ସେୟାର କରିଛନ୍ତି ଶିକ୍ଷକମାନେ। ଶୁଭାଂଶୁଙ୍କ କ୍ଲାସରୁମ୍‌, ସମସ୍ତ ଆକ୍ଟିଭିଟି ବିଷୟରେ କହିଥିଲେ। ନାଗେଶ୍ୱର ସାର୍ ତାଙ୍କୁ ଗଣିତ ପଢ଼ାଉଥିଲେ। ଯେତେବେଳେ ସେ ଇଣ୍ଟରମିଡିଏଟରେ କମ୍ ନମ୍ବର ପାଇଥିଲେ, ନାଗେଶ୍ୱର ସାର୍ ତାଙ୍କ ବାପାମାଙ୍କୁ କହିବାକୁ ଘରକୁ ଯାଇଥିଲେ। ସେହି ଦିନ ଶୁଭାଂଶୁ ବହୁତ ଡରିଯାଇଥିଲେ। ସେହି ସମୟର ଘଟଣା ସେୟାର କରିଥିଲେ ନାଗେଶ୍ୱର ସାର୍‌।  

CMSର ଗଣିତ ଶିକ୍ଷକ ନାଗେଶ୍ୱର ପ୍ରସାଦ କୁହନ୍ତି ଯେ ସେ ଶୁଭାଂଶୁଙ୍କୁ ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ପଢ଼ାଇଛନ୍ତି। ଶୁଭାଂଶୁ ବହୁତ ବୁଦ୍ଧିମାନ ଥିଲେ। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପଢ଼ି ପାସ୍ କରିବାର ଶୁଭାଂଶୁଙ୍କର କ୍ଷମତା ଥିଲା। ସେ ଖେଳ, ବିଶେଷକରି ଫୁଟବଲ୍ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଥରେ ଦ୍ୱାଦଶ ଶ୍ରେଣୀରେ ପଢ଼ିବା ସମୟରେ ସେ ଗଣିତରେ ବହୁତ କମ୍ ନମ୍ବର ପାଇଥିଲେ। ମୁଁ ତାଙ୍କ ଘରକୁ ପହଞ୍ଚିବା ସମୟରେ ସେ ଫୁଟବଲ୍ ଖେଳୁଥିଲେ। ଯେତେବେଳେ ସାର୍‌ ଘରେ ପହଞ୍ଚିଲେ, ମୋତେ ଦେଖିବା ପରେ ସେ ଡରିଗଲେ। ସେହି ଦିନ ମୁଁ ତାଙ୍କ ବାପାମାଙ୍କ ସହ କଥା ହେଲି। ଆହୁରି ପରିଶ୍ରମ ପାଇଁ କହିଥିଲି।

ସିଏମଏସ୍ ଆଲିଗଞ୍ଜ ଶାଖାରେ ଶୁଭାଂଶୁଙ୍କୁ ପଢ଼ାଉଥିବା ପିଜିକ୍ସ ଅଧ୍ୟାପକ ଡିପି ସିଂହ କହିଛନ୍ତି ଯେ ସେ ସର୍ବଦା ମହାକାଶ ବିଷୟରେ ଜିଜ୍ଞାସୁ ଥିଲେ। ସେ ପ୍ରାୟତଃ ଶ୍ରେଣୀରେ ବ୍ଲାକ ହୋଲ୍‌, ସୌରଜଗତ ଉପରେ ଅନେକ ପ୍ରଶ୍ନ ପଚାରନ୍ତି। ଭାବନା ଉପରେ ନିୟନ୍ତ୍ରଣ ତାଙ୍କର ସବୁଠାରୁ ବଡ଼ ଶକ୍ତି। ଏପରି ଛାତ୍ରଙ୍କୁ ଶିକ୍ଷା ଦେବା ଓ ତାଙ୍କର ସଫଳତାରେ ଗର୍ବ ଅନୁଭବ ହୁଏ କହିଛନ୍ତି ଶିକ୍ଷକ।

ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା Axiom Mission 4 ଅଧିନରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ (ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ରାକେଶ ଶର୍ମାଙ୍କ ଐତିହାସିକ 1984 ଯାତ୍ରାର ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ଏହି ସଫଳତା ହାସଲ କରିବ। ଭାରତୀୟ ବାୟୁସେନାର ଜଣେ ସମ୍ମାନିତ ପାଇଲଟ୍ ତଥା ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମିଶନର ପାଇଲଟ୍ ଭାବରେ କାର୍ଯ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.