ବୈପାରୀଗୁଡା ୧୫।୪: ବିରୋଖମ୍ବ ପୀଠରେ ମହୁମାଛି ଆତଙ୍କ l ପୂଜକ ସମତ ୩୦ ଜଣ ଆହତ l କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କେନ୍ଦୁପଡା ସ୍ଥିତ ବିରୋଖମ୍ବ ପୀଠରେ ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ପୂଜା ଅର୍ଚ୍ଚନା ଚାଲିଥିଲା l ସେହି ସମୟରେ ମହୁଫେଣା ବସିଥିବା ସ୍ଥାନରେ ମାଙ୍କଡ଼ ମାନଙ୍କ ଉତ୍ପାତ ଯୋଗୁଁ ମହୁମାଛି ଆକ୍ରମଣ ଆରମ୍ଭ କରିଥିଲେ l ଘଟଣାସ୍ଥଳରେ ଯିଏ ଯୁଆଡେ ଚାହିଁଲେ ଦୌଡ଼ିଲେ l ପୂଜକ ସମତ ୫୦ରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ମହୁମାଛି ବିନ୍ଧିଥିବା ବେଳେ ଏଥିରେ ୧୨ ଜଣ ଆହତ ଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜୟପୁର ଜିଲ୍ଲା ହସ୍ପିଟାଲରେକୁ ସ୍ଥାନାନ୍ତରିତ କରାଯାଇଛି l ବିରୋଖମ୍ବ ପୀଠରେ ଛତିଶଗଡ, ଆନ୍ଧ୍ର ରାଜ୍ୟ ସହ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଠାକୁର ଦର୍ଶନ ପାଇଁ ଆସିଥିଲେ l
You Can Read:
ଜାତିଆଣ ଆକ୍ଷେପରୁ ବଚସା : ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର