ସ୍ୱିଜରଲ୍ୟାଣ୍ଡବାର୍ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪୦ କୁ ବୃଦ୍ଧି, ୧୦୦ ଆହତ

NEWS7
beauti-queen-arrested-due-to-2-child-missing

ବେର୍ଣ୍ଣSwitzerland bar explosion, ସ୍ୱିଜରଲ୍ୟାଣ୍ଡରେ ନୂଆ ବର୍ଷ ପାଳନ ଅବସରରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪୦ ଅତିକ୍ରମ କରିଛି। ୧୦୦ ଜଣ ଆହତ ହୋଇଛନ୍ତି। ଆରପାଇନ୍ ସ୍କାଏ ରିସୋର୍ଟରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି କ୍ଲବ୍ରେ ଶତାଧିକ ଲୋକ ରହିଥିଲେ। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସ୍ୱିସ ପୋଲିସର କହିବାନୁସାରେ,ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନାରେ ଆଲପାଇନ୍ ସ୍କାଏ ରିସୋର୍ଟ ରହିଛି। ଏହାକୁ ସହରର ସବୁଠୁ ବିଳାସପୂର୍ଣ୍ଣ ରିସୋର୍ଟ କୁହାଯାଏ । ବୁଧବାର ମଧ୍ୟରାତ୍ରୀ ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରେ ଏଠାରେ ନ୍ୟୁ ଇୟର ସେଲିବ୍ରେସନ ପାର୍ଟି ହେଉଥିଲା । ଶତାଧିକ ଲୋକ ନୂଆ ବର୍ଷ ସେଲିବ୍ରେସନ ପାଇଁ ଏଠାରେ ଏକତ୍ରିତ ହୋଇଥିଲେ। ହଠାତ କୌଣସି କାରଣରୁ ଭୟଙ୍କର ବିସ୍ପୋରଣ ହୋଇଥିଲା। ତେବେ କେଉଁ କାରଣରୁ ଏହି ବିସ୍ପୋରଣ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଏନେଇ ପୋଲିସ ମୁଖପାତ୍ର ଗାଏତାନ ଲାଥିଅନ ଏଏଫପିକୁ କହିଛନ୍ତିଏହି ବିସ୍ଫୋରଣ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏଥିରେ ଅନେକ ଆହତ ଏବଂ ଅନେକ ମୃତ ହୋଇଛନ୍ତି।ପୋଲିସ କହିଛି ଯେ ପ୍ରଭାବିତ ପରିବାର ପାଇଁ ଏକ ହେଲ୍ପଲାଇନ୍ ସ୍ଥାପନ କରାଯାଇଛି। କ୍ରାନ୍ସ-ମୋଣ୍ଟାନା ଉପରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି।

ବିବିସି ରିପୋର୍ଟ ଅନୁଯାୟୀ,ସ୍ୱିଜରଲ୍ୟାଣ୍ଡର ଭାଲାଇସ୍ କାଣ୍ଟନର ପବ୍ଲିକ୍ ପ୍ରସିକ୍ୟୁଟର ଜେନେରାଲ ବିଟ୍ରିସ୍ ପିଲୌଡ୍ କହିଛନ୍ତି ଯେ କେଉଁ କାରଣ ପାଇଁ ଏଭଳି ନାଟକୀୟ ପରିସ୍ଥିତ ସୃଷ୍ଟି ହେଲା ତାହା ଜାଣିବା ପାଇଁ କର୍ତ୍ତୃପକ୍ଷତଦନ୍ତ ଆରମ୍ଭ କରିଛନ୍ତି। ତେବେଶୋକସନ୍ତପ୍ତ ପରିବାର ପ୍ରତି ସମ୍ମାନ ଜଣାଇ ସେ ବର୍ତ୍ତମାନ କୌଣସି ଅଧିକ ବିବରଣୀ ଦେଇପାରିବେ ନାହିଁ ବୋଲି କହିଛନ୍ତି।

ସୁନ୍ଦର ସ୍ୱିସ୍ ଆଲପ୍ସର ମଧ୍ୟଭାଗରେ ଅବସ୍ଥିତ କ୍ରାନ୍ସ-ମୋଣ୍ଟାନା ଏକ ଅତ୍ୟନ୍ତ ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନ। ସ୍କିଇଂ,ସ୍ନୋବୋର୍ଡିଂ ଏବଂ ଗଲ୍ଫ ଭଳି ଆମୋଦଦାୟକ କ୍ରୀଡ଼ା ପାଇଁ ଏହା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏହି ସ୍କି ରିସର୍ଟ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନରୁ ପ୍ରାୟ ଦୁଇ ଘଣ୍ଟାର ଯାତ୍ରା ଦୂରରେ ରହିଛି।ପ୍ରତିବର୍ଷ,ସ୍ୱିଜରଲ୍ୟାଣ୍ଡ ବନ୍ୟ ନିଆଁର

ପ୍ରତିବର୍ଷ ସ୍ୱିଜରଲ୍ୟାଣ୍ଡ ବିପଦ ସହିତ ସଂଘର୍ଷ କରେ,ବିଶେଷକରି ଗରମ ଏବଂ ଶୁଷ୍କ ସମୟରେ। ପ୍ରକୃତରେ,୨୦୦୧ ରୁ ୨୦୨୪ ପର୍ଯ୍ୟନ୍ତ,ଅଗ୍ନିକାଣ୍ଡ ଯୋଗୁ ସ୍ୱିଜରଲ୍ୟାଣ୍ଡ ଏହାର ୩ ପ୍ରତିଶତରୁ ଅଧିକ ଜଙ୍ଗଲ ହରାଇ ସାରିଛି। ତେଣୁ ଜଙ୍ଗଲ ନିଆଁ ସ୍ୱିଜରଲ୍ୟାଣ୍ଡର ସବୁଠାରୁ ବଡ଼ ବିପଦ। ହେଲେ ଏଭଳି ମନୁଷ୍ୟକୃତ ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡକୁ ଥରାଇ ଦେଇଛି।