LIVE TV
LIVE TV

ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ, ଆସନ୍ତା ୯ରେ ପରବର୍ତ୍ତୀ ଶୁଣାଣି

NEWS7
beant-singhs-grandson-becomes-union-mos-in-modi-govt-who-is-ravneet-singh-bittu

ବ୍ରହ୍ମପୁର ୩।୧୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ବିକ୍ରମ ପଣ୍ଡା, ମଦନ ଦଳେଇଙ୍କ ଜାମିନ ଆବେଦନ ଶୁଣାଣି ଜିଲ୍ଲା ଦୌରା ଜଜ୍ କୋର୍ଟରେ ସମୟ ଧାର୍ଯ୍ୟ ଥିଲା । ମାମଲାର ତଦନ୍ତ ଅଧିକାରୀ ସିଡି ଦାଖଲ ପାଇଁ କୋର୍ଟକୁ ସମୟ ମାଗିଛନ୍ତି । ସିଡି ଦାଖଲ କରିନଥିବା ଯୋଗୁଁ ଆସନ୍ତା ୯ ତାରିଖରେ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୯ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିବା ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।