ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)କୁ କୋଚି ଟସ୍କର୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଲାଗିଲା ବଡ଼ ଝଟକା ଲାଗିଛି। ହାଇକୋର୍ଟ ବିସିସିଆଇର ପିଟିସନକୁ ଖାରଜ କରିବା ସହ କୋଚି ଟସ୍କର୍ସର ମାଲିକଙ୍କ ପକ୍ଷରେ ୫୩୮ କୋଟି ଟଙ୍କାର ଆର୍ବିଟ୍ରଲ ଆଓ୍ଵାର୍ଡକୁ ସଠିକ୍ ବୋଲି ଦର୍ଶାଇଛନ୍ତି। ଅର୍ଥାତ ବିସିସିଆଇକୁ ଏବେ କୋଚି ଟସ୍କର୍ସକୁ ୫୩୮ କୋଟି ଟଙ୍କା ଦେବାକୁ ପଡ଼ିବ। ବିସିସିଆଇକୁ କୋଚି ଟସ୍କର୍ସ ଟିମକୁ ୨୦୧୧ରେ ଆଇପିଏଲ୍ରୁ ବାହାରର ରାସ୍ତା ଦେଖାଇଥିଲା। ଏହା ପରେ କୋଚି ଟିମ୍ ବିସିସିଆଇ ବିରୋଧରେ ଆର୍ବିଟ୍ରେଶନ କେସ୍ କରିଥିଲା। ଫ୍ରାଞ୍ଚାଇଜ କେବଳ ଗୋଟିଏ ଆଇପିଏଲ୍ ସିଜିନ ଖେଳିଥିଲା ଏବଂ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଥିଲା।
ଜଜ ଆରଆଇ ଚାଗଲା ବିସିସିଆଇ ବନାମ କୋଚି କ୍ରିକେଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ୟ ମାମଲାରେ କହିଛନ୍ତି, ଅଦାଲତ ମଧ୍ୟସ୍ଥଙ୍କ ନିଷ୍କର୍ସ ଉପରେ ଆପିଲିଟ୍ ଅଧିକାରୀ ଭାବେ କାର୍ଯ୍ୟ କରି ପାରିବ ନାହିଁ। ମଧ୍ୟସ୍ଥତା ଅଧିନିୟମର ଧାରା ୩୪ ଆଧାରରେ ନ୍ୟାୟାଳୟର ଅଧିକାର କ୍ଷେତ୍ର ବହୁତ ସୀମିତ ରହିଛି। ବିବାଦର ଗୁଣ ଦୋଷକୁ ଗଭୀରତାର ସହ ତଦନ୍ତ କରିବା ବିସିସିଆଇ ପରିଧି ବାହାରେ ରହିଛି।
Also read: କାହିଁକି ଟେଷ୍ଟ କ୍ୟାପ୍ଟେନ ହେଲେନି, BCCI କ'ଣ କହିଥିଲା; ପ୍ରଥମ ଥର ମୁହଁ ଖୋଲିଲେ ବୁମରା
କୋଚି ଟସ୍କର୍ସ ଫ୍ରାଞ୍ଚାଇଜକୁ ରେଣ୍ଡେଜବସ ସ୍ପୋର୍ଟ୍ସ ଓ୍ଵାର୍ଲ୍ଡ(ଆରଏସଡବ୍ଲ୍ୟୁ) କିଣିଥିଲା। ପରେ ଫ୍ରାଞ୍ଚାଇଜକୁ କୋଚି କ୍ରିକେଟ୍ ପ୍ରାଇଭେଟ ଲିମିଟେଡ(କେସିପିଏଲ) ଦ୍ଵାରା ସଞ୍ଚାଳିତ ହୋଇଥିଲା। ବିସିସିଆଇ ୨୦୧୧ ସେପ୍ଟେମ୍ବରରେ ଫ୍ରାଞ୍ଚାଇଜ ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ କରି କୋଚି ଟସ୍କର୍ସକୁ ଆଇପିଏଲରୁ ବାଦ୍ ଦେଇଥିଲା। ଫ୍ରାଞ୍ଚାଇଜ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାରେ ବିଫଳ ହୋଇଥିବା ବିସିସିଆଇ ଅଭିଯୋଗ କରିତିଲା। କେସିପିଏଲ କହିଛି ଯେ, କିଛି ପ୍ରସଙ୍ଗର ସମାଧାନରେ ବିଳମ୍ବ କାରଣରୁ ଏମିତି ସ୍ଥିତି ଉପୁଜିଥିଲା। ଏଥିରେ ଷ୍ଟାଡିୟମ ଅନୁପଲବ୍ଧତା, ସେୟାରହୋଲ୍ଡିଂରେ ଅନୁମୋଦନ ଓ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ହ୍ରାସ ଆଦି ସାମିଲ ଥିଲା।
ଏସବୁ ମଧ୍ୟରେ ବିସିସିଆଇ ଓ କେପିସିଏଲ ଅନେକ ମାସ ପର୍ଯ୍ୟନ୍ତ ଯୋଗାଯୋଗରେ ଥିଲେ। ବୋର୍ଡ କେପିସିଏଲଠୁ ଅନେକ ପ୍ରକାରର ଅର୍ଥ ରାଶି ଗ୍ରହଣ କରିଥିଲା। ମାତ୍ର ଅଚାନକ ବିସିସିଆଇ ଫ୍ରାଞ୍ଚାଇଜକୁ ସମାପ୍ତ କରିଥିଲା। କେପିସିଏଲ ଓ ଆରଏସଡବ୍ଲ୍ୟୁ ୨୦୧୨ରେ ଟ୍ରାଇବୁନାଲ ଜରିଆରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରିଥିଲା। ଟ୍ରାଇବୁନାଲ କେସିପିଏଲକୁ ୩୮୪ କୋଟି ଓ ଆରଏସଡବ୍ଲ୍ୟୁକୁ ୧୫୩ କୋଟି ଟଙ୍କା ଦେବାକୁ ବିସିସିଆଇକୁ ଆଦେଶ ଦେଇଥିଲା।