ପରାଜୟ ପରେ କଠୋର ବିସିସିଆଇ; ଖେଳାଳିଙ୍କ ପରିବାର ପାଇଁ କଡ଼ା ନିୟମ, ପତ୍ନୀଙ୍କୁ ମିଳିବନି ଯାତ୍ରା ଅନୁମତି

Published By : Prameya-News7 Bureau | January 14, 2025 IST

ମୁମ୍ବାଇ: ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ୍ କାଉଁନସିଲ୍ ବୋର୍ଡ । ଏବେ ଖେଳାଳିଙ୍କ ପରିବାରକୁ ନେଇ କଠୋର ନିୟମ ଆଣିବ ବିସିସିଆଇ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହେଲେ, ଏହି ସମୟରେ ପରିବାରକୁ ତାଙ୍କ ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ । ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ମିଳିବ ।

ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ । ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ । ଏହାଛଡ଼ା ସମସ୍ତ ଖେଳାଳି ଟିମ୍ ବସ୍‌ରେ ଯାତ୍ରା କରିବା ବାଧ୍ୟତାମୂଳକ । ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଜସ୍ବ ମ୍ୟାନେଜରକୁ ଭିଆଇପି ବକ୍ସ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ । ଖେଳାଳିଙ୍କ ଲଗେଜ୍ ଯଦି ୧୫୦ କିଲୋଗ୍ରାମରୁ ଅଧିକ ହୁଏ ତେବେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ପଇଠ କରିବ ନାହିଁ ।

ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫିରେ ପରାସ୍ତ ହୋଇଛି । ଭାରତୀୟ ଦଳ ୧-୩ରେ ସିରିଜ ଲଜ୍ଜାଜନକ ଭାବେ ହାରିଛି । ଏହି ପରାଜୟ ପରେ ଦଳ ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ବାହାର ହୋଇଛି । ଖେଳାଳିଙ୍କ ଡବ୍ଲୁଟିସ୍ ଫାଇନାଲ ଖେଳିବା ସ୍ବପ୍ନ ଭାଙ୍ଗିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.