୧୯୯୩ ମୁମ୍ବାଇ ସିରିୟେଲ ବ୍ଲାଷ୍ଟ ମାମଲା, ଗ୍ୟାଙ୍ଗଷ୍ଟର ଅବୁ ସଲେମକୁ ସୁପ୍ରିମକୋର୍ଟଙ୍କ ଝଟକା

NEWS7
bcci-announces-annual-player-retainership-2024-25-team-india-senior-men

ନୂଆଦିଲ୍ଲୀ ୧୬।୨: ମୁମ୍ବାଇ ୧୯୯୩ ସିରିୟଲ ବିସ୍ଫୋରଣ ମାମଲାର ଦୋଷୀ ଗ୍ୟାଙ୍ଗଷ୍ଟର ଅବୁ ସଲେମର ସେହି ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ଯେଉଁଥିରେ ସେ ୨୫ ବର୍ଷ ଦଣ୍ଡ ପୁରା କରିସାରିଥିବା ଓ ୧୦ ବର୍ଷ ହେଲା ବିନା କାରଣରେ ଜେଲରେ ଥିବା ଦାବି କରିଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ପୀଠ ସଲେମକୁ ପୁଣି ବମ୍ବେ ହାଇକୋର୍ଟ ପଠାଇ ଦେଇଛନ୍ତି।

ବମ୍ବେ ହାଇକୋର୍ଟଙ୍କ ଜୁଲାଇ ୨୦୨୫ ରାୟକୁ ଚ୍ୟାଲେଞ୍ଜ କରି ସଲେମ କହିଥିଲା ଯେ ଏଥିରେ ହାଇକୋର୍ଟ ଏବେ ଦଣ୍ଡ ଅବଧି ୨୫ ବର୍ଷ ପୁରଣ ହୋଇନଥିବା ଆଶଙ୍କା କରିଛନ୍ତି। ଏହା ପୂର୍ବରୁ ସଲେମ ହାଇକୋର୍ଟରେ ଆବେଦନ କରି ମୁକ୍ତି ନିବେଦନ କରିଥିଲା। ଏଥିରେ ସେ ଦାବି କରିଥିଲା ଯେ ଭଲ ବ୍ୟବହାର ପାଇଁ ମିଳିଥିବା ରିହାତି ମିସାଇ ସେ ୨୫ ବର୍ଷ ଜେଲଦଣ୍ଡ କାଟିସାରିଲାଣି। ହାଇକୋର୍ଟ ତାର ଆବେଦନକୁ ଗ୍ରହଣ କରିଥିଲେ, ହେଲେ କୌଣସି ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ସଲେମ ସୁ୍ପ୍ରିମକୋର୍ଟ ପହଞ୍ଚିଥିବା ବେଳେ ପୀଠ ଶୁଣାଣିରେ କହିଛନ୍ତି ବମ୍ବେ ହାଇକୋର୍ଟ କେବଳ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିଛନ୍ତି, ଏଣୁ ସଲେମକୁ ସେହିଠାରେ ଅନ୍ତିମ ତର୍କ କରିବା ଦରକାର। ଏଣୁ ପୀଠ ପିଟିସନ ଫେରାଇ ନେବାକୁ ଅନୁମତି ଦେଇ ହାଇକୋର୍ଟଙ୍କୁ ମାମଲାର ଶୀଘ୍ର ଶୁଣାଣି ନିମନ୍ତେ ଆମେ ଆଗ୍ରହ କରିପାରିବେ ବୋଲି କହିଛନ୍ତି। ସଲେମଙ୍କ ଓକିଲ ତର୍କ ଦେଇ କହିଛନ୍ତି ଯେ ମହାରାଷ୍ଟ୍ର ଜେଲ ନିୟମ ୧୯୬୨ ଉତ୍ତମ ଆଚରଣ ନିମନ୍ତେ ରିହାତି (ରିମିସନ)କୁ ଯୋଡିଲେ ସେ ୨୫ ବର୍ଷ ଜେଲ ଦଣ୍ଡ ପୁରା କରିସାରିଛନ୍ତି। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜେଲ ମହାନିରୀକ୍ଷକଙ୍କ ଆଫିଡେଭିଟ ଅନୁସାରେ ସଲେମ ଏପର୍ଯ୍ୟନ୍ତ ପାଖାପାଖି ୧୯ ବର୍ଷ ଜେଲ ଭୋଗିଛି।

ଏହା ପୂର୍ବରୁ ଜୁଲାଇ ୨୦୨୨ରେ ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ସରକାର ପର୍ତ୍ତୁଗାଲକୁ ଦେଇଥିବା ଆଶ୍ୱସ୍ତିକୁ ପାଳନ କରିବାକୁ ବାଧ୍ୟ। ଏଣୁ ୨୫ ବର୍ଷ ପୁରଣ ହେଲେ ସଲେମକୁ ଜେଲରୁ ମୁକ୍ତ କରିଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ଗ୍ୟାଙ୍ଗଷ୍ଟର ଅବୁ ସଲେମକୁ ୧୧ ନଭେମ୍ବର ୨୦୦୫ରେ ପର୍ତ୍ତୁଗାଲରୁ ପ୍ରତ୍ୟାର୍ପିତ କରାଯାଇଥିଲା। ପ୍ରତ୍ୟାର୍ପଣ ସର୍ତ୍ତାନୁସାରେ ଭାରତ ଏହି ଆଶ୍ୱାସନ ଦେଇଥିଲା ଯେ ଗ୍ୟାଙ୍ଗଷ୍ଟରକୁ ମୃତ୍ୟୁଦଣ୍ଡାଦେଶ ହେବନି କି ୨୫ ବର୍ଷରୁ ଅଧିକ ଦଣ୍ଡାଦେଶ କରାଯିବନି। ତେବେ ଫେବୃଆରୀ ୨୦୨୫ରେ ଏକ ସ୍ୱତନ୍ତ୍ର ଟାଡାକୋର୍ଟ ୧୯୯୫ରେ ମୁମ୍ବାଇ ବିଲ୍ଡର ପ୍ରଦୀପ ଜୈନଙ୍କ ହତ୍ୟା ମାମଲାରେ ସଲେମକୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି।

ଏହା ବି ପଢନ୍ତୁ :-ରାଜସ୍ଥାନର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକ ଜୀବନ୍ତ ଦଗ୍ଧ