କଲବଲ କଲା ଭୀଷଣ ଗ୍ରୀଷ୍ମ ପ୍ରବାହ, ବାରିପଦାରେ ସର୍ବାଧିକ ୪୬.୪ ଡ଼ିଗ୍ରୀ ରେକର୍ଡ

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ମଙ୍ଗଳବାର ୧୫ ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ବାରିପଦାରେ ସର୍ବାଧିକ ୪୬. ୪ ଡ଼ିଗ୍ରୀ ଓ ବାଲେଶ୍ୱରରେ ୪୬ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୪୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨୯ ସହରରେ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି ।

ମଙ୍ଗଳବାର ରେକର୍ଡ ତାପମାତ୍ରା ଅନୁଯାୟୀ, ବାରିପଦା ୪୬.୪ ଡିଗ୍ରୀ, ବାଲେଶ୍ୱର ୪୬ ଡିଗ୍ରୀ, ଭୁବନେଶ୍ୱର ୪୫.୪, ଅନୁଗୁଳ ୪୪.୭, ତାଳଚେର ୪୪.୫ ଡିଗ୍ରୀ, ଢେଙ୍କାନାଳ ଓ ଯାଜପୁର ୪୪.୫, ବୌଦ୍ଧ ୪୪.୩ ଡିଗ୍ରୀ, ଝାରସୁଗୁଡ଼ା, କଟକ ଓ କେନ୍ଦ୍ରାପଡ଼ା ୪୪.୨ ଡିଗ୍ରୀ, ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା, ଭଦ୍ରକ ୪୪ ଡିଗ୍ରୀ, ବଲାଙ୍ଗୀର ୪୩.୭ ଡିଗ୍ରୀ, ଚାନ୍ଦବାଲି ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୪ ଡିଗ୍ରୀ, ଭବାନୀପାଟଣା, ମାଲକାନଗିରି ଓ ରାଉରକେଲା ୪୩.୨ ଡିଗ୍ରୀ, ସୋନପୁର ୪୩.୧ ଡିଗ୍ରୀ, କେନ୍ଦୁଝର ଓ ଖୋର୍ଦ୍ଧା ୪୩ ଡିଗ୍ରୀ ।

You Can Read :

ଡଙ୍ଗାରେ ଯାଉଥିଲା ମଦ, ପହଁରି ପହଁରି ଧରିରେ ଅବକାରୀ ଟିମ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.