Live Live
LIVE

ପାକିସ୍ତାନ ଟିମ୍‌ର ନବକଳେବର: ନୂଆ ଟିମ୍ ଉପରେ କୋଚ୍‌ଙ୍କ ଭରସା, ପୁରୁଣାଙ୍କୁ ମିଳିଲାନି ସ୍ଥାନ

NEWS7
barbati-cuttack-assembly-election-case-verdict

ଢାକା, ୧୧/୦୩: ବାଂଲାଦେଶ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ୍ ଦଳରେ ଏଥର ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି। ପାକିସ୍ତାନର ମୁଖ୍ୟ କୋଚ୍ ମାଇକ୍ ହାସନ୍ ଏହି ନୂଆ ଦଳକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଘରୋଇ କ୍ରିକେଟ୍ ଏବଂ 'ପାକିସ୍ତାନ ଶାହିନ୍ସ' ପାଇଁ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳିମାନେ ଦିନିକିଆ ସିରିଜ୍ ପାଇଁ ସୁଯୋଗ ପାଇବାକୁ ଯୋଗ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।୬ ନୂଆ ଖେଳାଳିଙ୍କୁ ସୁଯୋଗ, ବାବର ଆଜମ ବାଦ୍ଏହି ସିରିଜ୍ ପାଇଁ ପାକିସ୍ତାନ ଦଳରେ ୬ ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି। କୋଚ୍ ହେସନ ଏହି ଦଳକୁ ଅଭିଜ୍ଞ ଏବଂ ନୂଆ ପ୍ରତିଭାର ଏକ 'ରୋମାଞ୍ଚକର ମିଶ୍ରଣ' ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପଟେ ଦଳରୁ ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ବାଦ୍ ଦିଆଯିବା ଘଟଣାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି।

ହେସନ କହିଛନ୍ତି ଯେ କାହାକୁ ଦଳରୁ ଜାଣିଶୁଣି ବାହାର କରାଯାଇନାହିଁ, ବରଂ କ୍ୟାଲେଣ୍ଡର ବର୍ଷରେ ଖୁବ୍ କମ୍ ସୁଯୋଗ ମିଳୁଥିବାରୁ ନୂଆ ତଥା ପ୍ରତିଭାବାନ ଯୁବ ଖେଳାଳିଙ୍କୁ ପରଖିବା ପାଇଁ ଏହା ଏକ ବଡ଼ ସୁଯୋଗ।ନଜରରେ ରହିବେ ଏହି ଯୁବ ତାରକାକୋଚ୍ ବିଶେଷ କରି ତିନି ଜଣ ଖେଳାଳିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

also- I am leaving pakistan cricket: ଭାରତର T-୨୦ ବିଜୟ ପରେ ପାକ୍‌ ଖେଳାଳିଙ୍କ ଅବସର

ସାହିବଜାଦା ଫରହାନ: ଟି-୨୦ ବିଶ୍ୱକପ୍ ଏବଂ ଘରୋଇ ୫୦ ଓଭର କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ରହିଛି।

ସାମିଲ ହୁସେନ୍: ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ଥିଲେ। ସେ ଲିଷ୍ଟ-ଏ କ୍ରିକେଟ୍ ଏବଂ ଶାହିନ୍ସ ପାଇଁ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରିଛନ୍ତି।

ମାଜ୍ ସଦାକତ: ଦୀର୍ଘ ଦିନ ଧରି ଦଳରେ ସୁଯୋଗ ଅପେକ୍ଷାରେ ଥିଲେ ଏବଂ ଏବେ ଆନ୍ତର୍ଜାତୀୟ ସ୍ତରରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇଛନ୍ତି।

ପିଚ୍କୁ ନେଇ କୋଚଙ୍କ ଆଶା

ଆଜି (ବୁଧବାର, ମାର୍ଚ୍ଚ ୧୧) ଠାରୁ ଢାକାର ଶେରେ ବାଂଲା ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯିବ । ସିରିଜର ଅନ୍ୟ ଦୁଇଟି ମ୍ୟାଚ୍ ଯଥାକ୍ରମେ ମାର୍ଚ୍ଚ ୧୩ ଏବଂ ୧୫ ତାରିଖରେ ଅନୁଷ୍ଠିତ ହେବ। ଗତବର୍ଷ ଜୁଲାଇରେ ଏଠାରେ ଖେଳାଯାଇଥିବା ଟି-୨୦ ସିରିଜ୍ ବେଳେ ପିଚ୍ର ମାନ ଆନ୍ତର୍ଜାତୀୟ ସ୍ତରର ନଥିବା କହି ହେସନ ଅସନ୍ତୋଷ ବ୍ୟକ୍ତ କରିଥିଲେ। କିନ୍ତୁ ଏଥର ପିଚ୍‌ରେ ଉନ୍ନତି ଆସିଥିବା ଏବଂ ବ୍ୟାଟ୍ ଓ ବଲ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପିଚରେ ଘାସ ଥିବାରୁ ଉଭୟ ଦଳକୁ ଭଲ ଖେଳିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି।