ଆଖିବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା, ବୁର୍ଲା ମେଡିକାଲରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | August 11, 2025 IST

ସମ୍ବଲପୁର ୧୧।୦୮ : ବରଗଡ଼ରେ ନାବାଳିକା ପୋଡ଼ି ଘଟଣା । ଆଖିବୁଜିଲେ ନାବାଳିକା । ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି।ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବରଗଡ଼ରୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

ବରଗଡ଼ ଜିଲ୍ଲା ଗାଏସିଲଟ ଥାନା ଫିରିଙ୍ଗିମାଳ ଗାଁରେ ଜଣେ ନାବାଳିକା ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ନାବାଳିକା ଜଣଙ୍କ ଆଖିବୁଜିଛନ୍ତି । ତେବେ ବର୍ତ୍ତମାନ ଯାଏଁ କଣ ପାଇଁ ନାବାଳିକା ଜଣେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ମାମୁ ଘର ଫିରିଙ୍ଗିମାଳରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ଛାତ୍ରୀ। 

ସେପଟେ ଘଟଣାକୁ ନେଇ ପୋଲିସ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ଏକ ଦିଆସିଲି ମିଳିଛି । ଜିଲ୍ଲା ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇଛି । ବାକି ତଦନ୍ତକୁ ଜୋରଦାର କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ନାବାଳିକା ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.