ମହାମନ୍ତ୍ରୀଙ୍କ ସହ ମହାରାଜଙ୍କ ଆଲୋଚନା, କେମିତି କୃଷ୍ଣ-ବଳରାମଙ୍କୁ କରିବେ ହତ୍ୟା

Published By : Prameya-News7 Bureau | January 08, 2025 IST

ବରଗଡ଼ ୦୮।୦୧ : ଧନୁଯାତ୍ରା ପଞ୍ଚମ ଦିନରେ ମନ ମୋହିଲା ଯାମଲାର୍ଜୁନ ଭଜଂନ, କାଳୀୟ ଦଳନ। ମଙ୍ଗଳବାର ଥିଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଞ୍ଚମ ଦିନ । ଗୋପପୁରରେ ପଞ୍ଚମ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଯାମଳାର୍ଜୁନ ଦୁଇ ଭାଇଙ୍କୁ ଶ୍ୟାପମୁକ୍ତ, କାଳୀୟ ନାଗ ର ଦର୍ପକୁ ଦଳନ କରିଥିବାବେଳେ ମଥୁରା ନଗରୀରେ ମହାରାଜା କଂସ ବିବ୍ରତ ହୋଇ ପଡିଛନ୍ତି ଷଡମଲ୍ଲଙ୍କ ମୁତ୍ୟୁରେ।

ସେହିପରି ମଗଧ ରାଜା ଜରାସନ୍ଧ ଯୁଦ୍ଧରେ ପରାସ୍ତ ହୋଇ ନିଜ ଦୁଇ କନ୍ୟା ହେତି ପ୍ରହେତିକୁ ବିବାହ କରିଛନ୍ତି ମହାରାଜ କଂସଙ୍କ ସହିତ। ପଞ୍ଚମ ଦିନରେ ଚିନ୍ତିତ କଂସ ରାଜ ଦରବାରରେ ନୃତ୍ୟ ଗୀତରେ ମସଗୁଲ ରହିବା ସହ କୁଷ୍ଣ ବଳରାମ ବେନୀ ଭାଇଙ୍କୁ କିପରି ହତ୍ୟା କରିବେ ସେ ନେଇ ମହାମନ୍ତ୍ରୀଙ୍କ ସହ ଆଲୋଚନା କରି କରଦ ରାଜାମାନଙ୍କୁ ଆମନ୍ତ୍ରଣ କରିବା ପାଇଁ କରିଛନ୍ତି ଯୋଜନା ।  ଅନ୍ୟପଟେ ମଥୁରା ନଗରୀରେ ମହାରାଜା କଂସଙ୍କ ଅତ୍ୟାଚାର ଦିନକୁ ଦିନ ବଢିବାକୁ ଲାଗିଛି । ପାତ୍ରମନ୍ତ୍ରୀଙ୍କ ସହ ହାତୀ ପୀଠିରେ ମହାରାଜା କଂସ ନଗର ଭ୍ରମଣ ବାହାରିଥିବା ଦୃଶ୍ୟ ଯାତ୍ରାର ଅନ୍ୟତମ ଆକର୍ଷଣ ହୋଇ ପାରିଥିଲା ପଞ୍ଚମ ଦିନରେ। ନିମନ୍ତ୍ରଣ ରକ୍ଷା କରି କଂସଙ୍କ ଦରବାରରେ ରାଜ ଅତିଥି ହୋଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.