କଟକ ୨୫।୭: କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଉଦ୍ୟୋଗୀ ମାନଙ୍କୁ ବ୍ୟାଙ୍କ ଧାଇଁବାକୁ ପଡିବନାହିଁ ବରଂ ସେମାନଙ୍କ ନିକଟରେ ପହଞ୍ଚିବ ବ୍ୟାଙ୍କ ସେବା । ଏଭଳି ମତ ରଖିଛନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ତ୍ତୃପକ୍ଷ । ଶୁକ୍ରବାର କଟକରେ ଆୟୋଜିତ MSME ଆଉଟରିଚ କାର୍ଯ୍ୟକ୍ରମରେ ଏଭଳି ସୂଚନା ପ୍ରଦାନ କରାଯାଇଛି । କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କ ଲାଗି ଭାରତ ସରକାର ଯେଉଁ ମୁଦ୍ରା ଯୋଜନା କରିଛନ୍ତି ତାକୁ ଡିଜିଟାଲ ମୋଡ଼ରେ କାର୍ଯ୍ୟକାରୀ କରାଯାଉଛି । ତେଣୁ ଆବଶ୍ୟକୀୟ ଦସ୍ତାବିଜ ଥିଲେ ମାତ୍ର କେଇ ଘଣ୍ଟାରେ ଋଣ ପ୍ରଦାନ କରିହେବ ବୋଲି କଟକର କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କୁ PNB ପକ୍ଷରୁ କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଉଦ୍ୟୋଗୀ ଉପସ୍ଥିତ ଥିଲେ । ସେମାନେ ନିଜ ନିଜ ସମସ୍ୟା ବିଷୟରେ ମଧ୍ୟ କହିଛନ୍ତି । ଏହା ସହିତ କ’ଣ କରାଯାଇ ପାରିଲେ ବ୍ୟାଙ୍କ ସେବା ଆହୁରି ଭଲ ହୋଇପାରିବ ସେ ବାବଦରେ ମଧ୍ୟ ପରାମର୍ଶ ଦେଇଛନ୍ତି ।
You Can Read:
ଜଙ୍କିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ : ଫାର୍ମରେ ମରାଯାଉଛି କୁକୁଡ଼ା ଓ ବତକ