ବାଂଲାଦେଶ ସାଧାରଣ ନିର୍ବାଚନ ତାରିଖ ଘୋଷଣା କଲେ ମହମ୍ମଦ ୟୁନୁସ

Published By : Prameya-News7 Bureau | June 06, 2025 IST

indiatoday

ଢାକାପାଖାପାଖି ବର୍ଷେ ରହି କ୍ଷମତା ଭୋଗ କରିବା ପରେ ଶେଷରେ ବାଂଲାଦେଶରେ ନିର୍ବାଚନ ଘୋଷଣା କଲେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ୨୦୨୬ ଏପ୍ରିଲ ମଝିରେ ନିର୍ବାଚନ ହେବ ବୋଲି ୟୁନୁସ ଘୋଷଣା କରିଛନ୍ତି।   

ଶୁକ୍ରବାର ଇଦ୍-ଉଲ୍-ଆଜହା ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ୟୁନୁସ୍ ଘୋଷଣା କରି କହିଛନ୍ତି ଯେ ଜାତୀୟ ନିର୍ବାଚନ ୨୦୨୬ ଏପ୍ରିଲ୍ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବ। ଦେଶର ନିର୍ବାଚନ କମିଶନ ଆଗାମୀ ମାସଗୁଡ଼ିକରେ ଏହାର ସମ୍ପୂର୍ଣ୍ଣ ରୋଡମ୍ୟାପ୍ ବିଷୟରେ ଲୋକଙ୍କୁ ସୂଚନା ଦେବେ ବୋଲି ୟୁନୁସ କହିଛନ୍ତି। 

ତେବେ ନିର୍ବାଚନର ତାରିଖକୁ ନେଇ ବର୍ତ୍ତମାନ ବାଂଲାଦେଶର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମତାନ୍ତର ଦେଖା ଦେଇଛି। ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସ୍‌ନାଲ ପାର୍ଟି(ବିଏନ୍‌ପି) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ ସାରିବାକୁ ଦାବି କରୁଥିଲା। ହେଲେ ୟୁନୁସ ଏହାକୁ ପ୍ରତ୍ୟାକ୍ଷାନ କରି ନିର୍ବାଚନ ୨୦୨୬କୁ ଘୁଞ୍ଚାଇ ଦେଇଛନ୍ତି। 

ୟୁନୁସ ତାଙ୍କ ଜାପାନ ଗସ୍ତ ସମୟରେ ଦେଶରେ ନିର୍ବାଚନ ତାରିଖ ଘୋଷଣା କରିବା ନେଇ ସଂକତେ ଦେଇଥିଲେ। ପରବର୍ତ୍ତୀ ଜାତୀୟ ନିର୍ବାଚନ ଚଳିତ ବର୍ଷ ଡିସେମ୍ବରରୁ ଜୁନ୍ ୨୦୨୬ ମଧ୍ୟରେ ଯେକୌଣସି ସମୟରେ ଅନୁଷ୍ଠିତ ହୋଇପାରେ ବୋଲି ୟୁନୁସ କହିଥିଲେ। ଏହାର ସପ୍ତାହ ପରେ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ନିର୍ବାଚନ ଏବଂ ଶାସନ ସଂସ୍କାର ଉପରେ କାର୍ଯ୍ୟ କରୁଛନ୍ତି। ଏହାର ଶୀଘ୍ରତା ଉପରେ ନିର୍ବାଚନ ତାରିଖ ନିର୍ଦ୍ଧାରଣ ନିର୍ଭର ବୋଲି ୟୁନୁସ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.