ଆଦାନୀ ପାୱାରର ବକେୟା ପୈଠ କଲା ବାଂଲାଦେଶ, ଆହୁରି ରହିଛି ବାକି

Published By : Prameya-News7 Bureau | June 28, 2025 IST

ନୂଆଦିଲ୍ଲୀ ୨୮।୬: ବିଦ୍ୟୁତ ଯୋଗାଣ ବନ୍ଦ ଲାଗି ଚେତାବନୀ ପରେ ବାଂଲାଦେଶ ବକେୟା ପୈଠ କରିବା ଆରମ୍ଭ କରିଛି। ଆଦାନୀ ପାୱାର ଏଥି ପାଇଁ ଆଂଶିକ ବିଦ୍ୟୁତ ଯୋଗାଣ ବାଧିତ କରିବା ପରେ ବାଂଲାଦେଶର ଚେତାପଶିଛି। ଆର୍ଥିକ ସଂକଟ ସମ୍ମୁଖୀନ ହୋଇଥିବା ବାଂଲାଦେଶ ଜୁନରେ ଆଦାନୀ ପାୱାରକୁ ୨୮.୪ କୋଟି ଡଲାର ପୈଠ କରିଛି। ଫଳରେ ବାଂଲାଦେଶର ବେକାୟ ବିଦ୍ୟୁତ ଦେୟ ସାମାନ୍ୟ ହ୍ରାସ ହୋଇଛି। 

ଆଦାନୀ ପାୱାରର ସବସିଡାରୀ ଆଦାନୀ ପାୱାର ଝାଡଖଣ୍ଡ ଲିମିଟେଡ (ଏପିଜେଏଲ) ନଭେମ୍ବର ୨୦୨୪ରେ ୮୪.୬ କୋଟି ଡଲାର ବକେୟାକ ବିଦ୍ୟୁତ ବିଲ ଲାଗି ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ଅଧା କରିଦେଇଥିଲା। ଏହା ପୂର୍ବରୁ କମ୍ପାନୀ ପତ୍ର ଲେଖି ବାଂଲାଦେଶ ସରକାରଙ୍କୁ ଚେତାବନୀ ଦେଇଥିଲା ଯେ ଯଦି ବକେୟା ପୈଠ ନ ହୁଏ ତେବେ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ। ସେହି ଅନୁସାରେ ଜୁନ ୨୦୨୫ରେ ବାଂଲାଦେଶ ୪୩.୭ କୋଟି ଡଲାରରୁ ୩୮.୪ କୋଟି ଡଲାର ପୈଠ କରିଦେଇଛି। 

ଏହି ପୈଠ ପରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସମସ୍ତ ମାନ୍ୟ ଦାବିର ସମାଧାନ ହୋଇଯାଇଛି। ଏବେ ମୋଟ ବକେୟାର ହ୍ରାସ ହୋଇ ୫୦ କୋଟି ଡଲାରକୁ ପହଞ୍ଚିଛି। ୨୦୧୭ ବିଦ୍ୟୁତ ଯୋଗାଣ ବୁଝାମଣା ଅନୁସାରେ ବାଂଲାଦେଶ ଉପରେ ବକେୟା ବିଦ୍ୟୁତ ବିଲ ପୈଠ ପାଇଁ ଦୀର୍ଘ ସମୟରୁ ଚାପ ପକାଯାଉଥିଲା। ତେବେ ୨୦୨୨ରେ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବାଂଲାଦେଶ ପୈଠ କରିବାରେ ସମସ୍ୟା ଉପୁଜିଥିଲା। 

ଫଳରେ ବାଂଲାଦେଶ ଉପରେ ବକେୟା ବିଦ୍ୟୁତ ଦେୟ ୨ ବିଲିୟନ ଡଲାରକୁ ପହଞ୍ଚି ଥିବା ବେଳେ ଇତିମଧ୍ୟରେ ୧.୫ ବିଲିୟନ ଡଲାରର ବକେୟା ପୈଠ କରିଦେଇଛି। ଏଥିରେ ଏବେ କରିଥିବା ବକେୟା ପୈଠ ପରେ ଦୁଇ ଦେଶଙ୍କ ଶକ୍ତିକୁ ନେଇ ଦେଖା ଦେଇଥିବା ସମସ୍ୟା ସୁଧୁରି ଯିବ ବୋଲି ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.