ଦେଶକୁ ଫେରିଛନ୍ତି ହସିନାଙ୍କ ପ୍ରତିଦ୍ୱନ୍ଦ୍ୱୀ: ବିଗିଡିପାରେ ସମ୍ପର୍କ, ବଢିପାରେ ଭାରତର ଟେନସନ୍

Published By : Prameya-News7 Bureau | August 12, 2024 IST

ନୂଆଦିଲ୍ଲୀ ୧୨/୦୮: ବାଂଲାଦେଶରେ ବିଏନ୍ପି ସରକାର । ମୁକ୍ତ ହୋଇଛନ୍ତି ହସିନାଙ୍କ ପ୍ରତିଦ୍ୱନ୍ଦ୍ୱୀ । ରିପୋର୍ଟ କହୁଛି ସତ୍ତାକୁ ଫେରିପାରେ ତାଙ୍କ ଦଳ । ନିର୍ବାଚନ ଲଢିବା ସହ ବିଜୟ ବି ଅବଶ୍ୟମ୍ଭାବୀ । ହେଲେ ଜିୟାଙ୍କ ଦଳ କ୍ଷମତାକୁ ଆସିଲେ ପଡୋଶୀ ଦେଶର ବଢିପାରେ ଚିନ୍ତା । କାରଣ ପୂର୍ବରୁ ପାକିସ୍ତାନ ପ୍ରତି ରହିଛି ସମର୍ଥନ । ଏମିତିକି ଦଳ ଓ ଏହାର ସମ୍ଭାବ୍ୟ ସହଯୋଗୀ ଜମାତ୍-ଇ-ଇସଲାମୀ । ଯାହା ବଡ ସମସ୍ୟା ବଢାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଶେଖ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ବାଂଲାଦେଶ ସମ୍ପର୍କ ଥିଲା ବହୁତ ଭଲ । ଏବେ ଆଗକୁ ସମ୍ପର୍କ ଭଲ ହେବ ନା ଜଟିଳ ରହିବ ତାକୁ ନେଇ ପଡିଲାଣି ଭାଳେଣି । 

ବାଂଲାଦେଶରେ ହସିନା-ଖାଲିଦା ଲଢେଇ ବହୁ ପୁରୁଣା । ଦୁଇ ନେତାଙ୍କ ମଧ୍ୟରେ “ବେଗମ୍ ଓ୍ୱାରକୁ” ନେଇ ଚର୍ଚ୍ଚା ହୁଏ । ଦେଶର ରାଜନୀତିକୁ ଅନେକ ରୂପ ଦେଇଛନ୍ତି ଏହି ଦୁଇ ଆଇରନ ଲେଡି । ଶେଖ ହସିନାଙ୍କ ବାପା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନ ଦେଶର ରାଜନୀତିର ମୁଖ୍ୟ ଚେହେରା ଥିଲେ । ସେହିଭଳି ଜିଆଙ୍କ ସ୍ୱାମୀ ଜିଆଉର ରେହମାନ ସେହି ସମୟରେ ଡେପୁଟି ସେନା ମୁଖ୍ୟ ଥିଲେ । ତିନି ମାସ ପରେ ସରକାରକୁ ନିୟନ୍ତ୍ରଣକୁ ନେଇଥିଲେ ସେ। ଆଉ ଆରମ୍ଭ କରିଥିଲେ ଗରିବ ଦେଶରେ ଅର୍ଥନୈତିକ ସଂସ୍କାର । 


ଖାଲିଦା ଜିୟାଙ୍କ ଶାସନ ଭାରତ ପାଇଁ ବିପଦ । ଜିୟାଙ୍କ କାର୍ଯ୍ୟକାଳ ସମୟରେ ଭାରତ ବିରୋଧୀ ଶକ୍ତିକୁ ଦିଆଯାଇଥିଲା ପାଓ୍ୱାର । ୨୦୦୧ ରୁ ୨୦୦୬ ମଧ୍ୟରେ ଚାଲିଥିଲା ଜିୟାଙ୍କ ଶେଷ କାର୍ଯ୍ୟକାଳ । ଏହି ସମୟରେ ପାକିସ୍ତାନର ଆଇଏସ୍ଆଇ ଢାକାରେ ଜାହିର କରିଥିଲା ନିଜର ଉପସ୍ଥିତି । ଆତଙ୍କବାଦୀ ଗୋଷ୍ଠୀ ମାଧ୍ୟମରେ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣରେ ପ୍ରମୁଖ ଭୂମିକା ବି ଗ୍ରହଣ କରିଥିଲା। କିନ୍ତୁ, ହସିନା କ୍ଷମତାକୁ ଫେରିବା ପରେ ସେ ସବୁକିଛି ବଦଳିଯାଇଥିଲା । କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ସହ ବିଦ୍ରୋହୀ ନେତାଙ୍କୁ ଭାରତକୁ କରାଯାଇଥିଲା ହସ୍ତାନ୍ତର । 

କ୍ରମାଗତ ୧୫ ବର୍ଷ କ୍ଷମତାରେ ଥିଲେ ହସିନା । ଏହି ସମୟରେ ଉଭୟ ୟୁପିଏ ଓ ଏନଡିଏ ସହ ଥିଲା ଉତ୍ତମ ସମ୍ପର୍କ । ଏବେ ସରକାର ପରିବର୍ତ୍ତନ ଭାରତ ପାଇଁ ୱାଇଲ୍ଡ କାର୍ଡ ସଦୃଶ । ଯାହା କେବେ କଳ୍ପନା କରିନଥିଲେ ଭାରତ ସରକାର । BNP ପୂର୍ବରୁ ହସିନାଙ୍କ ପ୍ରତି ଭାରତର ଆତିଥ୍ୟତା ନେଇ ଜାହିର କରିଛି ଅସନ୍ତୋଷ । ଦଳର ବରିଷ୍ଠ ନେତାଙ୍କ କହିବା କଥା “ବାଂଲାଦେଶ ଓ ଭାରତ ପରସ୍ପର ସହଯୋଗ କରିବା ଉଚିତ । କିନ୍ତୁ ଯଦି ଶତ୍ରୁକୁ ସାହାଯ୍ୟ କରାଯାଏ ତେବେ ପାରସ୍ପରିକ ସହଯୋଗକୁ ସମ୍ମାନ ଦେବା ହୋଇପଡିବ କଷ୍ଟକର । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.