LIVE TV

ରାଜଧାନୀକୁ ବସ୍ତି ଶୂନ୍ୟ କରିବାକୁ ସରକାରଙ୍କ ଯୋଜନା, ସୁଲଭ ମୂଲ୍ୟରେ ଭୁବନେଶ୍ୱରବାସୀଙ୍କୁ ମିଳିବ ଘର

NEWS7
balochistan-national-army-killed-pakistani-workers-in-iran

ଭୁବନେଶ୍ୱର ୨୦।୧୧ : ଶସ୍ତାରେ ଘର ଯୋଗାଇବେ ସରକାର । ଏଣିକି ଆଉ ଜାଗା ନୁହେଁ, ବସ୍ତିବାସିନ୍ଦାଙ୍କୁ ଘର ଦେବେ ସରକାର । ରାଜଧାନୀକୁ ବସ୍ତି ଶୂନ୍ୟ କରିବାକୁ ସରକାର ଏହିପରି ଭାବେ ବଡ଼ ଯୋଜନା କରିଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର । ୧୪ ରୁ ୫୦ ଲକ୍ଷ ଟଙ୍କାରେ ଯୋଗାଇ ଦିଆଯିବ ଘର । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି । ଏହି ଘରଗୁଡ଼ିକ ଟୁ ବିଏଚ୍କେ ରହିଛି । ସରକାର ଏଣିକି ଲୋ-କଷ୍ଟରେ ଘର ତିଆରି କରି ଯୋଗାଇ ଦେବେ । ପ୍ରାଥମିକ ଭାବେ ଏହି ଘର ବସ୍ତିବାସିନ୍ଦାଙ୍କୁ ଦିଆଯିବ । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି । ବାକି ଘର ପାଇଁ ମଧ୍ୟ ଡିଜାଇନ ପ୍ରସ୍ତୁତ ହୋଇଛି | ଏ ପ୍ରୋଜେକ୍ଟ କେତେ ଫଳପ୍ରଦ ହେବ ସେ ଅନୁଯାୟୀ ପରେ ଏହାର କାୟା ବିସ୍ତାର କରାଯିବ ।