ବାଲେଶ୍ୱର ଏସପିଙ୍କ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରତ ୫ କନେଷ୍ଟବଳ ସସ୍‌ପେଣ୍ଡ୍

Published By : Prameya-News7 Bureau | June 06, 2025 IST

Breaking_1

ବାଲେଶ୍ୱର: ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ । ବାଲେଶ୍ୱର ଏସପି ନିୟମ ଭାଙ୍ଗିଥିବା କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ନିଲମ୍ୱିତ ୫ କନଷ୍ଟେବଳ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ନିଲମ୍ୱିତ କନେଷ୍ଟବଳମାନେ ହେଲେ-ହେମନ୍ତ ବାରିକ, ସିଦ୍ଧେଶ୍ୱର ଗୋଚ୍ଛାୟତ, ଦେବ ମାଝୀ, ସୁଧାଂଶୁ ଜେନା, ରାମଚନ୍ଦ୍ର ତପସ୍ୱୀ ।

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ କନେଷ୍ଟବଳ ଅନିୟମିତ କାର୍ଯ୍ୟରେ ଲିପ୍ତ ଥିବା କଥା ଏସପିଙ୍କ ସାମନାକୁ ଆସିଥିଲା । ନିଲମ୍ବିତ କନେଷ୍ଟବଳମାନେ ସେଠାରେ ଭୋଜିଭାତ କରିବା ସହ ନିଶା ସେବନ କରୁଥିବା ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ ବାଲେଶ୍ୱର ଏସପି ସେମାନଙ୍କୁ ସସପେଣ୍ଡ କରିବା ସହ ଜଣେ ଡିଏସପିଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଥିବା ଖବରକୁ ବାଲେଶ୍ୱର ଏସପି ଆମ ପ୍ରତିନିଧିଙ୍କ ଜରିଆରେ ସ୍ପଷ୍ଟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.