ବଲାଙ୍ଗିର ୨୯।୫: ଫେରାର ଅପରାଧୀଙ୍କୁ ୨୪ ଘଣ୍ଟାର ମହଲତ । ଗୁରୁବାର ବଲାଙ୍ଗୀର ପୋଲିସ ବଲାଙ୍ଗିର ସହରର ବିଭିନ୍ନ ପଡାରେ ମାମଲା ଥିବା ଅପରାଧୀଙ୍କୁ କରିଛି ନୋଟିସ । ଯେଉଁମାନେ ମାମଲା ଥାଇ କୋର୍ଟ କିମ୍ବା ଥାନାରେ ହାଜର ହେଉନାହାନ୍ତି ସେଭଳି ଅପରାଧୀଙ୍କ ନାମରେ ଲଟକା ଜାରି କରାଯାଇଛି । ଏନେଇ ବଲାଙ୍ଗିର ସହର ମାଲପଡା ରାମ ମନ୍ଦିର ଛକରେ ୩ରୁ ୪ ଜଣ ଫେରାର ଅପରାଧୀଙ୍କ ନାଁରେ ବିଭିନ୍ନ ମାମଲା ରହିଥିବା ବେଳେ ସେମାନେ ଫେରାର ଥିବାରୁ ଲଟକା ଜାରି କରି ୨୪ ଘଣ୍ଟାର ସମୟ ଦେଇଛି । ଏହି ସମୟ ଭିତରେ କୋର୍ଟ କିମ୍ବା ଥାନାରେ ହାଜର ନହେଲେ ସେମାନଙ୍କ ସ୍ଥାବର, ଅସ୍ଥାବର ସମ୍ପତି ବାଜ୍ୟାପ୍ତ କରାଯିବ ବୋଲି ଡେଙ୍ଗୁରା ପିଟି ଡ଼ାକବାଜି ଯନ୍ତ୍ରରେ ସୂଚନା ଦେଇଛି ପୋଲିସ । ଏହା ସହ ୧୯୯ ଜଣ ନାମରେ ସହରର ବିଭିନ୍ନ ପଡାର ଏନବିଡବ୍ଲୁ ମାମଲା ରହିଥିବା ବେଳେ ସେମାନଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ ।
ତେବେ ଆଗକୁ ଶୀତଳ ଷଷ୍ଠୀ ଯାତ୍ରା । ତା ପୂର୍ବରୁ ଅପରାଧୀଙ୍କୁ ସାବଡ଼ କରିବା ପାଇଁ ଏଭଳି ପଦକ୍ଷେପ ଓ କୋର୍ଟଙ୍କ ନିର୍ଦ୍ଦେଶ ଆନୁଯାଇ ପଦକ୍ଷେପ ନିଆଯାଇଥିବା ଏସଡିପିଓ ସରୋଜ କୁମାର ଉପାଧ୍ୟାୟ କହିଛନ୍ତି ।
You Can Read: