LIVE TV

ପ୍ରଥମ ଥର ମହିଳା ବିଶ୍ୱକପ୍ ଜିତିଲା ଟିମ୍ ଇଣ୍ଡିଆ, କ୍ରିକେଟ୍ ଜଗତକୁ ମିଳିଲା ନୂଆ ଚାମ୍ପିଅନ

NEWS7
bajasala-and-ghumura-dance-at-dubai

ନୂଆଦିଲ୍ଲୀ: ଦୀର୍ଘ ୫୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରଥମ ଥର ମହିଳା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଭାରତ । ତୃତୀୟ ଥର ଫାଇନାଲ୍ ଖେଳିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୨୦ ରନରେ ହରାଇ ପ୍ରଥମ ଥର ମହିଳା ବିଶ୍ୱକପ୍ ଟ୍ରଫି ଜିତିଛି । ଏହା ସହ ମହଳା କ୍ରିକେଟ୍ ଜଗତକୁ ମିଳିଛି ନୂଆ ଚାମ୍ପିଅନ । ଏହା ପୂର୍ବରୁ ଭାରତ ୨୦୦୫ ଏବଂ ୨୦୧୭ରେ ଫାଇନାଲ୍ ଖେଳିଥିଲେ ହେଁ ପ୍ରତିଥର ଦଳକୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଏଥର ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟ୍ରଫି ଜିତିବାରେ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୯୮ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି । ପରାଜୟ ସହ ପ୍ରଥମ ଥର ବିଶ୍ୱକପ୍ ଫାଇନାଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକା ମହିଳା ଦଳର ବିଶ୍ୱକପ୍ ଜିତିବା ସ୍ୱପ୍ନ ଭାଙ୍ଗି ଯାଇଛି । ଅନ୍ୟପଟେ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଲବରେ ସାମିଲ ହୋଇଛନ୍ତି ହମରନପ୍ରୀତ କୌର ।

୨୯୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଓପନିଂରେ ୫୧ ରନ ଯୋଡିଥିଲା । ତଜମିନ ବ୍ରିଟ୍ସ(୨୩ ରନ)ଙ୍କୁ ରନ ଆଉଟ୍ କରି ଅମନଜତ କୌର ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୧୦ ଓଭର ପରେ ଦକ୍ଷିଣ ଆଫ୍ରିକାର ସ୍କୋର ଥିଲା ୫୧-୧ । ୧୨ତମ ଓଭରରେ ଶ୍ରୀଚରଣୀ ଦ. ଆଫ୍ରିକାକୁ ଦ୍ୱିତୀୟ ଝଟକା ଦେଇଥିଲେ । ବଶ ଖାତା ଖୋଲି ପାରି ନ ଥିଲେ । ୧୮ ଓଭରରେ ଆଫ୍ରିକା  ୧୦୦ ଅତିକ୍ରମ କରିଥିଲା । ମାତର୍ ୨୧ତମ ଓଭରରେ ଶେଫାଳି ଭାଗିଦାରୀ ଭାଙ୍ଗି ଲୁସଙ୍କୁ ପାଭିଲିୟନ ପଠାଇଥିଲେ । ଲୁସ ୨୫ ରନ କରିଥିଲେ । ୨୩ତମ ଓଭରରେ ଶେଫାଳି ପୁଣି ମାରିଜାନ(୪ ରନ)ଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ ।
୩୦ତମ ଓଭରରେ ଦୀପ୍ତି ଶର୍ମା ଦକ୍ଷିଣ ଆଫ୍ରିକାକୁ ପଞ୍ଚମ ଝଟକା ଦେଇଥିଲେ । ଜାଫଟା ୧୬ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ୪୦ତମ ଓଭରରେ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଥିଲେ ଦୀପ୍ତି ଶର୍ମା । ଏନେରୀ ଡର୍କସନ ୩୫ ରନ କରି ପାଭିଲିୟନ ଫେରିଥିଲେ । ତେବେ ଭାରତକୁ ସବୁଠୁ ବଡ ସଫଳତା ମିଳିଥିଲା ୪୨ତମ ଓଭରରେ । ଗୋଟିଏ ପଟେ କ୍ରିଜରେ ଜମି ଶତକୀୟ ଇନିଂସ ଖେଳିଥିବା ଅଧିନାୟକ ଲୌରାଙ୍କୁ ଆଉଟ୍ କରିଥିଲେ ଦୀପ୍ତି । ଲୌରା ୧୦୧ ରନ କରି ପାଭିଲିୟନ ଫେରିଥିଲେ । ସେହି ଓଭରରେ ଟ୍ରାୟୋନଙ୍କୁ ପାଭିଲିୟନ ପଠାଇ ଭାରତକୁ ବିଜୟ ଦେଇଥିଲେ ଦୀପ୍ତି । ଏହି ମ୍ୟାଚରେ ସେ ୫ ୱିକେଟ୍ ନେଇ ଭାରତ ବିଜୟରେ ହିରୋ ସାଜିଥିଲେ । ଏହା ସହ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍ ହୋଇଛି ।