ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଜଗମୋହନ ଭିତର କାଠ ଭଣ୍ଡାର ଘର ନିକଟରେ ବାନ୍ତି ପଡିଥିବାରୁ ବଡ଼ ମହାସାନ୍ନ କରାଯାଇଛି। ଗୁରୁବାର ମଧ୍ୟାହ୍ନ ଧୂପ ପରେ ଭିତର କାଠ ଦର୍ଶନ ସମୟରେ ବାନ୍ତି ପଡ଼ଥିବା ଦେଖିଥିଲେ ସେବକ। ଏଣୁ ମହାପ୍ରଭୁଙ୍କର ବଡ଼ ମହାସାନ୍ନ କରାଯାଇଛି। ତେବେ ମହାସ୍ନାନ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ନୀତି ସରିବା ପରେ ପୁଣି ଦର୍ଶନ ଆରମ୍ଭ କରାଯିବାନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉକି, ଗତ ରବିବାର ମଧ୍ୟ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାରଠାରେ ରକ୍ତ ଛିଟା ପଡ଼ିଥିବ ଦେଖିବାକୁ ମିଳିବା ପରେ ବଡ଼ ମହାସ୍ନାନ କରାଯାଇଥିଲା। ଏଥି ପାଇଁ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା।