ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, କିଛି ଘଣ୍ଟା ପାଇଁ ବନ୍ଦ ରହିଲା ସାଧାରଣ ଦର୍ଶନ

Published By : Prameya-News7 Bureau | July 21, 2025 IST

ପୁରୀ ୨୧।୦୭ : ମହାପ୍ରଭୁଙ୍କର ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ ହୋଇଛି । ଯାହାଫଳରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଖବର ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ଭିତର କାଠ ନିକଟରେ ଜଣେ ଛୋଟ ପିଲା ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ସରିବା ପରେ ବାନ୍ତି ପଡିଥିବାର ଦୃଶ୍ୟ ସେବାୟତ ଦେଖିବାକୁ ପାଇଥିଲେ। ପରେ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଛି। ବଡ଼ ମହାସ୍ନାନ ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଠାକୁରଙ୍କ ବଡ଼ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ଦର୍ଶନ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.