ନୂଆଦିଲ୍ଲୀ ୦୮।୦୮: ବୁଲଗେରିଆର ବାବା ଭେଙ୍ଗା । ନିଜର ରହସ୍ୟମୟ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ତାଙ୍କୁ କୁହାଯାଏ 'ବାଲକାନ୍ସର ନୋଷ୍ଟ୍ରାଡାମସ୍' । ବାବା ଭେଙ୍ଗାଙ୍କର ମୃତ୍ୟୁ ୧୯୯୬ ମସିହାରେ ହୋଇଥିଲା । କିନ୍ତୁ ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଅନେକ ସମୟରେ ରହିଥାଏ ଚର୍ଚ୍ଚାରେ । ଏବେ ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ଉପରେ ଆରମ୍ଭ ହୋଇଛି ଆଲୋଚନା । ଏଥିରେ ସେ "ଡବଲ ଫାୟାର" ବିଷୟରେ କରିଥିଲେ ଭବିଷ୍ୟବାଣୀ ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା । ଅଗଷ୍ଟ ୨୦୨୫ ପାଇଁ ସେ କରିଥିଲେ ଭବିଷ୍ୟବାଣୀ । ସେ ଏହି ଭବିଷ୍ୟବାଣୀରେ ଡବଲ ଫାୟାର ନେଇ କହିଥିଲେ । ଗୋଟିଏ ଆକାଶରୁ ଏବଂ ଗୋଟିଏ ପୃଥିବୀରୁ। ଏହାର ଅର୍ଥ କ’ଣ ତାହା ଏବେ ବି ଏକ ରହସ୍ୟ ? କିଛି ଲୋକ ବିଶ୍ୱାସ କରନ୍ତି ଯେ ଏହାର ଅର୍ଥ ଘନ ଜଙ୍ଗଲରେ ନିଆଁ ଲାଗିପାରେ । ଏହାବ୍ୟତୀତ କିଛି ଲୋକ କହୁଛନ୍ତି ଯେ ଜ୍ୱାଳାମୁଖୀ ଉଦଗୀରଣ ହୋଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଏକ ଉପିଣ୍ଡ କିମ୍ବା ଏକ ଗ୍ରହାଣୁ ପୃଥିବୀରେ ମାଡ ହୋଇପାରେ।
ବାବା ଭେଙ୍ଗାଙ୍କ ଅନ୍ୟ ଏକ ଭବିଷ୍ୟବାଣୀରେ କୁହାଯାଇଥିଲା ଯେ, ମାନବ ଅଗଷ୍ଟରେ ସେହି ଜ୍ଞାନର ନିକଟତର ହେବ ଯାହାକୁ ସେ ଜାଣିବାକୁ ଚାହୁଁନଥିଲା। ଏହାବ୍ୟତୀତ ଏହା ମଧ୍ୟ ଚେତାବନୀ ଦିଆଯାଇଥିଲା ଯେ ଯାହା ଥରେ ଖୋଲାଯାଇଛି ତାହାକୁ ଆଉ ବନ୍ଦ କରାଯାଇପାରିବନି । ତେବେ ଏହି ଜିନିଷଗୁଡ଼ିକ କ'ଣ ଏବଂ କେଉଁ ଜିନିଷ ସହିତ ଜଡିତ ତାହା ସ୍ପଷ୍ଟ ନୁହେଁ । ତଥାପି ଲୋକମାନେ ବିଶ୍ୱାସ କରନ୍ତି ଯେ ଏହା ବାୟୋଟେକନୋଲୋଜି କିମ୍ବା କୃତ୍ରିମ ବୁଦ୍ଧିମତ୍ତା ସହିତ ଜଡିତ ହୋଇପାରେ।
ବାବା ଭେଙ୍ଗାଙ୍କ ଏକ ଭବିଷ୍ୟବାଣୀ କହିଛନ୍ତି କି "ଯେଉଁ ହାତ ଏକ ହୋଇଛି ତାହା ଦୁଇ ଖଣ୍ଡ ହୋଇଯିବ ଏବଂ ପ୍ରତ୍ୟେକ ନିଜ ନିଜ ପଥରେ ଚାଲିବ।" କିଛି ଲୋକ ଏହି ବାକ୍ୟାଂଶକୁ ନାଟୋ କିମ୍ବା ୟୁରୋପୀୟ ସଂଘରେ ରାଜନୈତିକ ଉତ୍ତେଜନାର ଏକ ସଙ୍କେତ ବୋଲି କହୁଛନ୍ତି । ଯାହାର ଫଳସ୍ୱରୂପ କିଛି ସଦସ୍ୟ ବିଭାଜିତ କିମ୍ବା ପ୍ରତ୍ୟାହାର କରିପାରନ୍ତି । ଅନ୍ୟ କେତେକ ବିଶ୍ୱାସ କରନ୍ତି ଯେ ଏହା ୟୁରୋପୀୟ ସଂଘର ପଶ୍ଚିମ ଏବଂ ପୂର୍ବ ବ୍ଲକ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରତୀକ ହୋଇପାରେ । ଅନ୍ୟପକ୍ଷରେ ସେ ୨୦୨୫ମସିହାରେ ପ୍ରାକୃତିକ ବିପର୍ଯ୍ୟୟ, ୟୁରୋପରେ ଜନସଂଖ୍ୟା ହ୍ରାସ ଏବଂ ଏଲିଏନ୍ ସହିତ ସମ୍ଭାବ୍ୟ ସମ୍ପର୍କର ସମ୍ଭାବନା ବୃଦ୍ଧି ପାଇବାର ମଧ୍ୟ ପୂର୍ବାନୁମାନ କରିଥିଲେ।