LIVE TV

ଏମ୍‌ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ

NEWS7
baba-vanga-dangerous-prediction-about-cyber-crime

ଭୁବନେଶ୍ୱର ୧୩/୧୦: ସକାଳୁ ସକାଳୁ ରାଜଧାନୀରେ ଫୁଟିଲା ଗୁଳି । ଏମ୍‌ସ କର୍ମଚାରୀଙ୍କୁ ଗୁଳିମାଡ କରି ହତ୍ୟ କଲେ ଦୁର୍ବୃତ୍ତ । ଏକାଧିକ ରାଉଣ୍ଡ ଫାଇରିଂ ହୋଇଥିବା ସୂଚନା। ଘଟଣା ସ୍ଥଳରେ ଜୋନ ଏସିପି ଓ ଆଇଆଇସି ପହଞ୍ଚିଛନ୍ତି । ଗୁଳିକାଣ୍ଡର କାରଣ ଜଣା ପଡ଼ିନାହିଁ। 

ସୂଚନା ଥାଉକି, ଭୁବନେଶ୍ବର ଏମ୍‌ସ କର୍ମଚାରୀଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ଼ ହୋଇଛି । ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସିବାବେଳେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କ ୩ ରାଉଣ୍ଡ ଗୁଳିମାଡ଼  । ସେ ଗୁରୁତର ଆହତ ହୋଇ ଗୁରୁତର ଅବସ୍ଥାରେ AIIMSରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।