ବାଲିଯାତ୍ରା ୨୦୨୫
LIVE TV

ସହିଦନଗର ତିନିକୋଣିଆ ହାଟରେ ଅଗ୍ନିକାଣ୍ଡ : ବୃଦ୍ଧ ଜୀବନ୍ତ ଦଗ୍ଧ, ଜଳିଗଲା ଏକାଧିକ ଜୀବନ

NEWS7
baba-bageswar-in-puri-town

ଭୁବନେଶ୍ବର ୧୧: ଭୁବନେଶ୍ବରସହିଦନଗର ତିନିକୋଣିଆ ହାଟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡରେ ଜଳିଗଲେ ଦୋକାନରେ ଶୋଇଥିବା ବୃଦ୍ଧ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୋର ସମୟରେ ଲାଗିଥିଲା ନିଆଁ । ଅଣ୍ଡା କାର୍ଟୁନ୍‌ରୁ ନିଆଁ ବ୍ୟାପି ଜଳିଯାଇଥିଲା ଦୋକାନ ।

ସୂଚନାଯୋଗ୍ୟ ଯେ, ସହିଦନଗର ତିନିକୋଣିଆ ହାଟରେ ଅଘଟଣ ଘଟିଛି । ସ୍ଥାନୀୟ ହାଟରେ ଅଣ୍ଡା ବ୍ୟବସାୟ କରୁଥିବା କୁଳମଣି ସାହୁଙ୍କ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି । ପ୍ରତ୍ୟେକ ଦିନ ମଶା ଦାଉରୁ ରକ୍ଷା ପାଇବା ପାଇଁ ଅଣ୍ଡା କାର୍ଟୁନ୍ ଜାଳି ଦୋକାନ ଭିତରେ ଶୋଇଥିଲେ କୁଳମଣି । ଭୋର୍ ସମୟରେ ଅଣ୍ଡା କାର୍ଟୁନ୍‌ରୁ ନିଆଁ ବ୍ୟାପି ଦୋକାନ ଜଳି ଯାଇଥିଲା । ଭୀଷଣ ନିଆଁ ଓ ଧୂଆଁ ଯୋଗୁ କ୍ୟାବିନ ଭିତରୁ ଆଉ ବାହାରକୁ ବାହାରି ପାରିନଥିଲେ କୁଳମଣି । ଆଖପାଖ ଦୋକାନ ବନ୍ଦ ଥିବାରୁ କେହି ସାହାଯ୍ୟ କରି ପାରିନଥିଲେ । ଶେଷରେ ଦୋକାନ ଭିତରେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲେ କୁଳମଣି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ସଚିବାଳୟ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ କୁଳମଣିଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ମୃତଦେହ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ କଙ୍କାଳ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।