ବଡ଼ ଡାକ୍ତରଖାନାରେ ଭିଡ଼ କମାଇବାକୁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା, ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

Published By : Prameya-News7 Bureau | July 22, 2025 IST

ଭୁବନେଶ୍ବର ୨୨।୭: କଟକ ବଡ଼ ମେଡିକାଲ, କ୍ୟାପିଟାଲ ହସ୍ପିଟାଲ ଭଳି ବଡ଼ ଡାକ୍ତରଖାନା ଗୁଡ଼ିକରେ ଭିଡ଼ କମାଇବାକୁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେସ ମହାଲିଙ୍ଗ ସୂନା ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କମ୍ୟୁନିଟି ହେଲ୍ଥ ଅଫିସର ଯେଉଁମାନେ ରୁରାଲ ଏରିଆରେ ଅଛନ୍ତି, ବିଶେଷ କରି ତାଙ୍କ ପୋଷ୍ଟିଂ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ । ବିଶେଷ କରି ତଳସ୍ତରର ଯେଉଁ ଅଫିସର ଅଛନ୍ତି କମ୍ୟୁନିଟି ହେଲ୍ଥ ଅଫିସର ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ୬ ହଜାର ୭ ଶହ ପଞ୍ଚାୟତରେ କମ୍ୟୁନିଟି ହେଲ୍ଥ ଅଫିସରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ୩ ଜଣ ଷ୍ଟାଫ ରୁହନ୍ତି । କମ୍ୟୁନିଟି ହେଲ୍ଥ ଅଫିସର, ମଲ୍ଟି ପରପଜ ହେଲ୍ଥ ଅଫିସର ଆଉ ଜଣେ ଯୋଗ ଶିକ୍ଷକ । ଜୀବନ ଶୈଳୀ ଯେଭଳି ପରିବର୍ତ୍ତନ ହେଉଛି ପଞ୍ଚାୟତରେ ଯୋଗ ଶିଖାଇବେ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ମେଡିସିନ ମାଗଣାରେ ଦିଆଯାଉଛି । ଏହା ସହିତ ବ୍ଲଡ ପ୍ରେସର, ଡାଇବେଟିସ ଏସବୁ ଯେଉଁ ମେଡିସିନ ଦିଆଯାଉଛ, ତାକୁ ନେଇ ଟ୍ରାକିଂ କରାଯାଉଛି । ଡାଟାବେସ୍ କରାଯାଉଛି । ୧୬ ପ୍ରକାର ଟେଷ୍ଟ କରାଯାଉଛି । ସିକିଲସେଲ, HIV ଟେଷ୍ଟ ମଧ୍ୟ ହେଉଛି । ଲୋକଙ୍କ ପାଖରେ ଏସବୁ ପହଞ୍ଚାଇବା ପାଇଁ ଡବଲ୍ ଇଞ୍ଜିନ ସରକାର ଜନସାଧାରଣ, କମ୍ୟୁନିଟି ହେଲ୍ଥ ଅଫିସର, ସମାଜସେବୀଙ୍କୁ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି । କମ୍ୟୁନିଟି ହେଲ୍ଥ ଅଫିସରମାନଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି । ସେମାନେ ୧୨୦ ପ୍ରକାର ମେଡିସିନରୁ ହିଁ ଲେଖିବେ । ତା ବାହାରେ ଲେଖିବେ ନାହିଁ । ଗାଇଡଲାଇନ୍ ଅନୁସାରେ ୧୨୦ ପ୍ରକାର ମେଡିସିନ ଭିତରୁ ହିଁ ଲେଖିବେ । ସରକାର ପକ୍ଷରୁ ଏହି ମେଡିସିନ ବ୍ୟବସ୍ଥା କରାଯାଇଛି । ବାହାର ମେଡିସିନ ସେମାନେ ଲେଖି ପାରିବେ ନାହିଁ । 

ସବୁ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ହେବ । ପ୍ରାଇମେରୀ ହେଲ୍ଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ୍ ରହିବେ । ସବୁ ଆଶା ଦିଦି ANM ଦିଦି ପୋର୍ଟିଂ କରିବେ । 

ପୂର୍ବରୁ ସମସ୍ତେ ଟ୍ରିଟ୍‌ମେଣ୍ଟ ଆଡ଼କୁ ଯାଇଥିଲେ । ରୋଗ ହସ୍ପିଟାଲ ମେଡିସିନ ଦେଇ ଟ୍ରିଟ୍‌ମେଣ୍ଟ ହେଉଥିଲା । ବର୍ତ୍ତମାନ କିନ୍ତୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର CHO ଅଫିସରଙ୍କ ଦ୍ବାରା ପ୍ରିଭେଣ୍ଟିଭ ମୋଡ ଯିବା ପାଇଁ ଚେଷ୍ଟା କରୁଛି । ଜ୍ବର ହେଲେ ବି ସବ୍ ସେଣ୍ଟରକୁ ଯାଉଛନ୍ତି । ସେହିପରି PHC, CHCକୁ ବି ଯାଉଛନ୍ତି । ସେହି ଜ୍ବର ପେସେଣ୍ଟ ପୁଣି କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି । ପରେ କଟକ ବଡ଼ ମେଡିକାଲ ଯାଉଛନ୍ତି । ସେଥିପାଇଁ ବଡ଼ ଡାକ୍ତରଖାନା ଗୁଡ଼ିକର ଚାପ କିଭଳି କମିବ, ତଳସ୍ତରକୁ କିଭଳି ସ୍ବାସ୍ଥ୍ୟସେବା ପହଞ୍ଚିବ ସେଥିପାଇଁ ବିଭିନ୍ନ ପ୍ରକାର ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

You Can Read:

ଯାଞ୍ଚ ହେବ ଚାଷୀଙ୍କ e-KYC, ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.