ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ; କଙ୍ଗାରୁ ଦଳକୁ ଫେରିଲେ ତାରକା ବୋଲର

Published By : Prameya-News7 Bureau | June 24, 2024 IST

ସେଣ୍ଟ ଲୁସିଆ: ଟି-୨୦ ବିଶ୍ଵକପ୍‌ ୨୦୨୪ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍ ସେଣ୍ଟ ଲୁସିଆରେ ଖେଳାଯିବ। କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଭାରତ ମ୍ୟାଚ୍ ଜିତି ସେମିରେ ନିଜର ସ୍ଥାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ସେପଟେ ଅଷ୍ଟ୍ରେଲିଆ ମଧ୍ୟ ବଡ଼ ବ୍ୟବଧାନରେ ଭାରତକୁ ହରାଇ ଟପ୍-୪ରେ ନିଜର ସ୍ଥାନ ସୁନିଶ୍ଚିତ କରିବାକୁ ଚାହିଁବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। କଙ୍ଗାରୁ ଦଳର ଚୂଡ଼ାନ୍ତ ଏକାଦଶକୁ ମିଚେଲ୍ ଷ୍ଟାର୍କଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। 

ବିଶେଷ କରି ବର୍ଷା ମ୍ୟାଚ୍‌ରେ ବାଧକ ସାଜିପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯଦି ବର୍ଷା ଯୋଗୁ ମ୍ୟାଚ୍ ବାତିଲ୍ ହୁଏ ତେବେ ତେବେ ଭାରତ ନିଦ୍ୱର୍ନ୍ଦ୍ୱରେ ସେମିରେ ପ୍ରବେଶ କରିବ । ହେଲେ ଅଷ୍ଟ୍ରେଲିଆ ମହାଦ୍ୱନ୍ଦ୍ୱରେ ରହିବ । ଆଫଗାନିସ୍ତାନ ଠାରୁ ପରାଜିତ ହେବା ପରେ ଦଳର ସେମି ଫାଇନାଲ ଭାଗ୍ୟ ସୂତା ଖିଅରେ ଝୁଲୁଛି ।ଭାରତର ଉନ୍ନତ ନେଟ୍‌ ରନରେଟ୍‌ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତି ସାରିଥିବା ଭାରତ ଆଜି ସଂଧ୍ୟାରେ ଅଷ୍ଟ୍ରେଲିଆକୁ ହରାଇଲେ ସୁପର-୮ରେ ବି ଅପରାଜେୟ ସହ ଗ୍ରୁପ୍‌ ଟପ୍ପର ହୋଇ ସେମିରେ ପ୍ରବେଶ କରିବ ।   ପରାଜିତ ହେଲେ ମଧ୍ୟ ଦଳ ନିକଟରେ ସୁଯୋଗ ରହିଛି।

ଭାରତୀୟ ଦଳ 

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ ଦଳ

ଟ୍ରେଭିସ୍ ହେଡ୍, ଡେଭିଡ୍ ଓ୍ଵାର୍ଣ୍ଣର, ମିଚେଲ୍ ମାର୍ଶ(ଅଧିନାୟକ), ଗ୍ଲେନ ମ୍ୟାକ୍ସଓ୍ଵେଲ, ମାର୍କସ ଷ୍ଟୋଇନିସ, ଟିମ୍ ଡେଭିଡ୍, ମାଥ୍ୟୁ ଓ୍ଵେଦ(ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡମ ଜାମ୍ପା, ଜୋସ ହେଜେଲଉଡ।

ରବିବାର ଜୁନ ୨୩ରେ ଅଷ୍ଟ୍ରେଲିଆକୁ ପରାଜିତ କରି  ଆଫଗାନିସ୍ତାନ ବଡ଼ ବିଜୟ ହାସଲ କରିଛି। ପରାଜୟ ପରେ ଅଷ୍ଟ୍ରେଲିଆର ସେମିରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡ଼ିଛିା ଭାରତ ଗ୍ରୁପ୍‌-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି । ଦଳର ନେଟ୍‌ ରନରେଟ୍‌ ୨.୪୨୫ ସହ ଉନ୍ନତ ରହିଛି ।  ଅଷ୍ଟ୍ରେଲିଆର ରନରେଟ୍ ୦.୨୨୩ ଓ ଆଫଗାନିସ୍ତାନର -୦.୬୫୦ ୨ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଗ୍ରୁପ୍‌ରେ ବାଂଲାଦେଶ ୨ଟି ମ୍ୟାଚ୍‌ ପରାଜିତ ହୋଇଛି।  ଭାରତକୁ ୪୧ ରନ୍‌ରେ ହରାଇଲେ ଅଷ୍ଟ୍ରେଲିଆ ୪ ପଏଣ୍ଟ ସହ ନେଟ୍‌ ରନରେଟ୍‌ରେ ଶୀର୍ଷକୁ ଉଠିପାରିବ । ଏହାପରେ ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍‌ ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଭର କରିବ । ଆଫଗାନିସ୍ତାନ ୮୩ ରନ୍‌ରେ ବାଂଲାଦେଶକୁ  ହରାଇଲେ ଭାରତର ନେଟ୍‌ ରନ୍‌ରେଟ୍‌କୁ ଟପି ପାରିବ  ଏବଂ ସେମିରେ ପ୍ରବେଶ କରିବ । ତେବେ ଭାରତ ଓ ବାଂଲାଦେଶ ଜିତିଲେ ଆଫଗାନିସ୍ତାନ ବାଦ୍‌ ପଡ଼ିବ ଏବଂ   ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇ ପାରିବ । 

ଅଷ୍ଟ୍ରେଲିଆ ଓ ବାଂଲାଦେଶ ଜିତିଲେ ଭାରତ ଓ ଅଷ୍ଟ୍ରେଲିଆ ସେମିରେ   ପ୍ରବେଶ କରିବେ । ସେହିପରି ଭାରତ ଓ ଆଫଗାନିସ୍ତାନ ଜିତିଲେ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହେବ ।  ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରେକର୍ଡ଼ ଏବଂ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ୫ ଥର  ପରସ୍ପରକୁ ଭେଟିଥିବାବେଳେ ଭାରତ ୩ଟିରେ ବିଜୟୀ ହୋଇଛି । ଟି-ଟ୍ୱେଣ୍ଟିରେ ଉଭୟ ଦଳ ମଧ୍ୟରେ  ୩୧ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରେ ଭାରତ ୧୯ଟି  ଓ ଅଷ୍ଟ୍ରେଲିଆ ୧୧ଟି ଜିତିଥିବାବେଳେ ଗୋଟିଏ   ମ୍ୟାଚ୍‌ ବାତିଲ ହୋଇଥିଲା । 

ଚଳିତ ବିଶ୍ୱକପ୍‌ରେ   ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଦଳର   ପ୍ରତ୍ୟେକ ଖେଳାଳି ଫର୍ମରେ ଥିବାବେଳେ ବିଜୟରେ   ଯୋଗଦାନ ଦେଉଛନ୍ତି । ଆସନ୍ତାକାଲି ରୋହିତ ବାହିନୀ ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌  ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ତଥାପି ଟସ୍‌   ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.