LIVE TV

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧବିରତି, କାନ୍ଦାହାର ଏୟାର ଷ୍ଟ୍ରାଇକରେ ଏବେ ସୁଦ୍ଧା ୧୫ ମୃତ

NEWS7
australia-cameron-grin-ahata-during-cricket

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଓ ଅଫଗାନ ତାଲିବାନ ଶାସନ ମଧ୍ୟରେ ଗତ ଏକ ସପ୍ତାହ ଧରି ଜାରିଥିବା ଯୁଦ୍ଧ ପରେ ଏବେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରତି ଘୋଷଣା କରିଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଓ ଅଫଗାନିସ୍ତାନ ବୁଧବାର ସନ୍ଧ୍ୟା ୬ଟା (ପାକିସ୍ତାନ ସମୟ)ରୁ ୪୮ ଘଣ୍ଟା ପାଇଁ ଏକ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ କହିଛି ଯେ ଏହି ଯୁଦ୍ଧବିରତିର ଉଦ୍ଦେଶ୍ୟ ଶତ୍ରୁତା କମ କରିବା, ଶାନ୍ତି ସ୍ଥାପନ କରିବା ଓ ଆଲୋଚନାର ବାଟ ଖୋଳିବା ।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ବିବୃତ୍ତିରେ କୁହାଯାଇଛି ଯେ ଉଭୟ ପକ୍ଷ ପାକିସ୍ତାନ ଏବଂ ଆଫଗାନିସ୍ତାନ ଜଟିଳ କିନ୍ତୁ ସମାଧାନଯୋଗ୍ୟ ସମସ୍ୟାର ସମାଧାନ ପାଇଁ ଆନ୍ତରିକ ପ୍ରୟାସ କରିବେ । ମନ୍ତ୍ରଣାଳୟ କହିଛି ଯେ ଯୁଦ୍ଧବିରତି କୂଟନୈତିକ ଆଲୋଚନାକୁ ପ୍ରୋତ୍ସାହିତ କରିବ ଓ ଭବିଷ୍ୟତରେ ଜୀବନ ଏବଂ ସମ୍ପତ୍ତିର କ୍ଷତିକୁ ରୋକିବା ।

ଆଫଗାନିସ୍ତାନର ଦକ୍ଷିଣ କାନ୍ଦାହାର ପ୍ରଦେଶରେ ଭୀଷଣ ଲଢେଇ ପରେ ଏହି ଅସ୍ତ୍ରବିରତି ହୋଇଛି । ବୁଧବାର ସକାଳେ ପାକିସ୍ତାନୀ ସେନା ଏୟାର ଷ୍ଟ୍ରାଇକ୍ କରିଥିଲା । ଆଫଗାନ ଅଧିକାରୀଙ୍କ ଅନୁଯାୟୀ,ସ୍ପିନ୍ ବୋଲଡାକ୍ ଜିଲ୍ଲାର ଆବାସିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍‌ରେ ଅତି କମରେ ୧୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ମହିଳା ଏବଂ ଶିଶୁଙ୍କ ସମେତ ୧୦୦ରୁ ଅଧିକ ଆହତ ହୋଇଥିଲେ ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଆଫଗାନ ସେନାକୁ ପ୍ରତିଶୋଧ ନେବାକୁ ବାଧ୍ୟ କରାଯାଇଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ ୮୦ରୁ ଅଧିକ ମହିଳା ଏବଂ ଶିଶୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି । ପାକିସ୍ତାନ ଦାବି କରିଛି ଯେ ଏହାର ସେନା ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମରେ ଏହାର ସୀମା ପୋଷ୍ଟ ଉପରେ ତାଲିବାନ ଆକ୍ରମଣର ଜବାବ ଦେଉଛି ଏବଂ ଏଥିରେ ଛଅ ଜଣ ଅର୍ଦ୍ଧସାମରିକ ସୈନିକ ପ୍ରାଣ ହରାଇଛନ୍ତି ।