ବାଲିଯାତ୍ରା ୨୦୨୫
LIVE TV

ଟ୍ରେନ୍‌ରୁ କେମିତି ଖସିପଡିଲେ ଦୁଇ ଯୁବକ ? ଜଣେ ଫେରାର, ଜଣଙ୍କର ଭାଙ୍ଗିଲା ଗୋଡ଼

NEWS7
audio-call-viral-of-jajpur-girl-kidnap-case

ଖଲ୍ଲିକୋଟ ୧୦୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କାଳିଜାଇ ଷ୍ଟେସନ ନିକଟରେ ଅଘଟଣ । ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଭୋର ପ୍ରାୟ ୪ଟା ବେଳେ ବିଶାଖା ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଦୁଇ ଜଣ ଯୁବକ କୌଣସି କାରଣ ବଶତଃ ଖସିପଡ଼ିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ହାତରେ ଆଘାତ ଲାଗିଥିବା ବେଳେ ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ । ଅନ୍ୟ ଜଣେ ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଯୁବକ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାଳିଜାଇ ଷ୍ଟେସନ ନିକଟରୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଯୁବକ ଜଣକ ବାଣପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ଯୁବକ ଦୁଇ ଜଣ ଟ୍ରେନ୍‌ରୁ କେମିତି ଖସିପଡିଲେ ତାହା ଏବେଯାଏଁ ସ୍ପଷ୍ଟ ଜଣାପଡିନାହିଁ