ଉଦଳା ୦୨।୦୫ : ମାତିଲେ ମାଫିଆ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ। ଅତିରିକ୍ତ ତହସିଲଦାରଙ୍କୁ କରିଲେ ମରଣାନ୍ତକ ଆକ୍ରମଣ। ଭାଙ୍ଗି ଚୁରମାର କରିଲେ ଗାଡି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଏଭଳି ଘଟଣା ଘଟିଛି ।
ଖବର ଅନୁଯାୟୀ, କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ରବିବାର ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ହେଉଥିଲା । ଏହି ସମୟରେ ଧରପଗଡ଼ ପାଇଁ ନିଜ କାର ଧରି ବାହାରିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅଟକାଇ ଧମକ ଦେଇଥିଲେ। ଏପିରିକି ମାଫିଆମାନେ ତାଙ୍କୁ ଘେରିବାରୁ ଅତିରିକ୍ତ ତହସିଲଦାର ସେଠାରୁ ବାହାରି କପ୍ତିପଦା ଥାନାକୁ ଆସିଥିଲେ ।
ଏହିସମୟରେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରିଥିଲେ । ଯେଉଁଥିରେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ି ଭାଙ୍ଗି ଚୁରମାର ହୋଇଥିଲା । ଏହାସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ମାଡ଼ ବି ମାରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବାଲି ମାଫିଆ । ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଥାନାକୁ ଆସିବା ବେଳେ ଗେଟ ବନ୍ଦ ଥିବାରୁ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଅତିରିକ୍ତ ତହସିଲଦାର।