ସମିତି ସଭ୍ୟାଙ୍କୁ ଘରେ ପଶି ଆକ୍ରମଣ, ପୋଲିସ କହିଲା ଚାଲିଛି ତଦନ୍ତ

Published By : Prameya-News7 Bureau | March 09, 2025 IST

ମାହାଙ୍ଗା ୦୯।୦୩ : ମାହାଙ୍ଗାରେ ଅଭାବନୀୟ ଘଟଣା।ମହିଳା ସମିତି ସଭ୍ୟାଙ୍କୁ ଘରେ ପଶି  ଆକ୍ରମଣ କଲେ ଦୃର୍ବୁତ୍ତ । ମାହାଙ୍ଗୀ ବ୍ଲକ ପୋଡ଼ାମରାଇ ପଞ୍ଚାୟତ ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ସାହୁ ଗୁରୁତର ହୋଇଛନ୍ତି । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଘରେ ପଶି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟା । 

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗିବା ଘଟଣାରେ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କିଛି ମହିଳାମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ବିଧାୟକଙ୍କ ସମର୍ଥକମାନେ ସେମାନଙ୍କ ସୁଭଦ୍ରା ପଇସା କାଟି ଦେବେ ବୋଲି କହିଥିଲେ । ଯାହାକୁ ବିରୋଧ କରି କିଛି ହେବନି ବୋଲି କହିଥିଲେ ସୋନାଲି । ଆଉ ଏବେ ଘରେ କେହି ନଥିବା ବେଳେ ସମର୍ଥକମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ସୋନାଲି ଗୁରୁତର ହୋଇଥିଲେ । ଆଉ ଆମ୍ବୁଲାନ୍ସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସେପଟେ ସାଲେପୁର ଏସ୍‌ଡିପିଓ ସମେତ ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯଦି ଜଣେ ମହିଳା ସମିତିସଭ୍ୟା ହୋଇ ପଞ୍ଚାୟତରେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ନାରୀଙ୍କୁ ସରକାର କି ପ୍ରକାର ସୁରକ୍ଷା ଦେବେ ବୋଲି ସୋନାଲି ପ୍ରିୟଦର୍ଶିନୀ କହିଛନ୍ତି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.