ବ୍ରହ୍ମପୁର ୦୨।୦୭ : ଗଞ୍ଜାମ ଥାନା ତେଲୁଗୁ ନୂଆଗାଁ ନିକଟରେ ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଅଗସ୍ତି ନୂଆଗାଁର ଭୀମ ତରେଇ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ରିଙ୍କି ବେହେରାଙ୍କର କିଛି ପିଲାଙ୍କ ସହ ଝଗଡ଼ା ହୋଇଥିଲା । ଏନେଇ ରିଙ୍କି ଗଞ୍ଜାମ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ସେଠାରୁ ସେ ଭୀମଙ୍କ ସହିତ ଫେରୁଥିବା ବେଳେ ୪ରୁ ୫ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ରିଙ୍କି ବେହେରା ଓ ଭୀମ ତରେଇ ଗୁରୁତର ହୋଇଥିଲେ । ଏହାପରେ ଘଟଣାସ୍ଥଳରୁ ଆକ୍ରମଣକାରୀ ମାନେ ଫେରାର ହୋଇଥିଲେ । ଅନ୍ୟପଟେ ଦୁଇ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ବାକି ଗଞ୍ଜାମ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।