କଟକ ୧୦।୦୮: ବିଡାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ସୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀ କୁ ଆକ୍ରମଣ କଲା କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ ।
ଗୁରୁତର ସୁକଦେବ ଦଳେଇଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି ସୂଚନା ମିଳିଛି। ରବିବାର ସକାଳେ ବିଡାନାସୀ ନୂଆ ସାହି ଠାରେ ଏହି ଦୁଇ ପଡୋଶୀ ସୁକଦେବ ଦଳେଇ ଓ ଗୋବିନ୍ଦ ମାଲିକଙ୍କ ଭିତରେ ପ୍ରଥମେ ବଚସା ଓ ପରେ ଆକ୍ରମଣ ହୋଇଥିଲା। ଗୋବିନ୍ଦଙ୍କ ଆକ୍ରମଣରେ ଗୁରୁତର ହେଲେ ସୁକଦେବ । ସ୍ବାମୀଙ୍କୁ ଅଟକାଇବାକୁ ଯାଇ ସ୍ତ୍ରୀ ସୁଜାତା ଭଟ୍ଟ ମଧ୍ୟ ଆହତ ହୋଇଛନ୍ତି। ସୁଜାତାଙ୍କ ନାକରେ ଗମ୍ଭୀର ଆଘାତ ଲାଗିଛି। ଗୋବିନ୍ଦ ପେଶାରେ ଜଣେ ପରିବା ଦୋକାନୀ ଓ ସୁକଦେବ ଦଳେଇ ପେଶାରେ ଜଣେ ମାଛ ଦୋକାନୀ । ଘଟଣା ସ୍ଥଳରେ ବିଡାନାସୀ ଥାନା ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ SCB ମେଡ଼ିକାଲ ପଠେଇବା ସହିତ ଅଭିଯୁକ୍ତ ଗୋବିନ୍ଦ ମଲିକକୁ ଅଟକ ରଖିଛି ।