କୌଣସି ଟୋକେନ୍ ଲାପ୍ସ ହେବନି, ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣିବେ ସରକାର

NEWS7
attack-at-bjp-office

ଭୁବନେଶ୍ୱର ୨୪।୦୨ : କାହା ଟୋକେନ ଲାପ୍ସ ହେବନି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଛନ୍ତି ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୮୦୦ ଟଙ୍କା ଇନପୁଟ ସବସିଡି କଥା କୁହାଯାଇନଥିଲା। ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ୩୧୦୦ ଟଙ୍କା ହିସାବରେ ୧୮ ହଜାର ୫୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିଜେଡି ସରକାର ସମୟରେ ୨୦୨୩-୨୦୨୪ ରେ ୫ ଲକ୍ଷ ଚାଷୀ ପଞ୍ଜୀକୃତ କରି ବି ଧାନ ବିକି ପାରି ନଥିଲେ। ଏବେ ସବୁ ଚାଷୀଙ୍କ ଧାନ କିଣା ଯାଉଛି।। ସରକାରଙ୍କୁ ବଦନାମ କରିବାକୁ ପ୍ରାୟାସ କରାଯାଉଛି। ନୂଆପଡ଼ା ଉପ ନିର୍ବାଚନରେ ୮୪ ହଜାର ଭୋଟରେ ଜିତିବାରୁ ସ୍ପଷ୍ଟ କି ଚାଷୀ ବିରୋଧୀଙ୍କ ପ୍ରତି ବିମୁଖ ହୋଇଛନ୍ତି। ଜଣେ ବି ଚାଷୀ ଆତ୍ମହତ୍ୟା କରି ନାହାନ୍ତି।