LIVE TV

ନବୀନ ହାତ ହଲାଇ ଦେଲେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ୍ ହୋଇଯିବ, ବିଜେଡି ସପକ୍ଷରେ ଯିବ ସବୁ ଭୋଟ୍

NEWS7
atm-loot-in-bhubaneswar

ଭୁବନେଶ୍ବର ୧୮।୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିବା ପରେ ପ୍ରସ୍ତୁତ କରିଛନ୍ତି ରଣନୀତି । ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଷ୍ଟ୍ରାଟେଜି କରିଛି ବିଜେଡି । ପଶ୍ଚିମ ଓଡ଼ିଶା ନେତା ନବୀନଙ୍କୁ ଭେଟି ନୂଆପଡ଼ାରେ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ନେତାଙ୍କ ଅନୁରୋଧ ପରେ ନବୀନଙ୍କ ପ୍ରଚାର ପାଇଁ ଚୂଡ଼ାନ୍ତ ହୋଇଛି ଗସ୍ତସୂଚୀ । ନୂଆପଡ଼ା ପାଇଁ ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ନବୀନ ନୂଆପଡ଼ାକୁ ଦୁଇ ଥର ପ୍ରଚାର ପାଇଁ ଯିବେ । ନୂଆପଡ଼ାରେ ନବୀନ ପହଞ୍ଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ୍ ହୋଇଯିବ । ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ । ବିଜେଡି ସପକ୍ଷରେ ସବୁ ଭୋଟ୍ ଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜୁ ଢୋଲକିଆ ବିଜେଡିର । ତାଙ୍କ ଦେହାନ୍ତ ସମୟରେ କେଉଁମାନେ ଯାଇଥିଲେ ? ତାଙ୍କ ଶ୍ରଦ୍ଧାଞ୍ଜଳି କିଏ ଆୟୋଜନ କରିଥିଲା ବୋଲି ପ୍ରଶ୍ନ କଲେ ଦିବ୍ୟଙ୍କର ମିଶ୍ର । ରାଜେନ୍ଦ୍ର ଢୋଲକିଆ କେଉଁ ଦଳରେ ଥିଲେ, ତାଙ୍କ ପାଇଁ କିଏ କାମ କରିଥିଲା ତାହା ସମସ୍ତେ ଜାଣିଛନ୍ତି । ବିଜୁ ଜନତା ଦଳରୁ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ବିଜେପି ଫଟୋ ଲଗାଇ ପ୍ରଚାର କରିବ ତେବେ କୌଣସି ଫଳ ମିଳିବ ନାହିଁ । ଜୟ ଢୋଲକିଆଙ୍କୁ ରାଜୁ ଢୋଲକିଆ ସମସ୍ତ ସମର୍ଥକ ବିରୋଧ କରୁଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି ।