ବଣାଇଁରେ ଚାଞ୍ଚଲ୍ୟ, ବାଛୁରୀକୁ ଖାଇଦେଲା ବୋଲି ବିଷ ଦେଇ ବାଘକୁ ମାରିଦେଲେ

NEWS7
at-least-10-dead-and-whole-neighborhoods-destroyed-as-distraught-residents-flee

ବଣାଇ ୧୨/୧୨: ସୁନ୍ଦରଗଡ଼ ଜିଲ୍ଲା ବଣାଇଁରେ ଚାଞ୍ଚଲ୍ୟ । ବାଘକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ବାଘ ମୃତ୍ୟୁ ଖବର ପାଇ ବନବିଭାଗ ପକ୍ଷରୁ ଘଟଣାର ତନାଘନା ଆରମ୍ଭ ହୋଇଛି । କିଛି ଦିନ ତଳେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ ବଳଦ ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇଦେଇଥିଲେ ।

ଏହି ବିଷାକ୍ତ ମାଂସ ଖାଇ ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ମୃତ ବାଘର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି । ତେବେ ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସୂଚନା ଥାଉକି, ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରେ ଏକ କଲରା ପତରିଆ ବାଘର ମୃତ୍ୟୁ ହୋଇଛି । ବାଘ ମରିଥିବା ଖବର ବନ ବିଭାଗ ଜାଣିଲା ପରେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଯାହା ଜଣାପଡିଛି କିଛିଦିନ ତଳେ ଏକ ବାଛୁରୀକୁ ଏହି ବାଘ ମାରି ଦେଇଥିଲା । ତେବେ କିଛି ବ୍ୟକ୍ତି ସେହି ବାଛୁରୀରେ ବିଷ ଦେଇ ଛାଡି ଦେଇଥିଲେ । ଆଉ ସେହି ବାଘ ତାକୁ ଖାଇ ଦେବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳକୁ ବନବିଭାଗ ଅଧିକାରୀ ଯାଇ ଅଧିକ ତଦନ୍ତ ଚଳାଇଛନ୍ତି l