ଭୁବନେଶ୍ଵର: ଅସ୍ତରଙ୍ଗ ଥାନା ଅଧିକାରୀ ନିଲମ୍ବିତ।ଥାନା ଅଧିକାରୀ ରାଜେଶ ବଳିୟାରସିଂଙ୍କୁ ନିଲମ୍ବିତ କଲେ ପୋଲିସ ମହାନିର୍ଦ୍ଦେଶକ।ରାଜେଶ କୋରାପୁଟ ଜିଲ୍ଲା ଜୟପୁର ଥିବା ବେଳେ ଗଞ୍ଜେଇ ବେପାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ରାଜେଶଙ୍କ ସହ ଆଉ ୩ ଜଣଙ୍କ ନାଁ ମଧ୍ୟ ହତ୍ୟାକାଣ୍ଡରେ ସାମିଲ ଥିଲେ।
ମୃତକଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ପୋଲିସ କିଛି ନଶୁଣିବାରୁ ରାଜ୍ୟ ମାନବଧିକାରୀଙ୍କ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକେ। ଏହି ମାମଲାରେ ଗତକାଲି ଜୟପୁର ପୋଲିସ ରାଜେଶଙ୍କୁ ଭୁବନେଶ୍ବରରୁ ଧରି କ୍ୟାପିଟାଲ ଥାନାକୁ ଆଣିଥିଲା। ରାଜେଶ ପୋଲିସଙ୍କୁ ଚକମା ଦେଇ କ୍ୟାପିଟାଲ ଥାନାରୁ ଚମ୍ପଟ ମାରିଥିଲେ।ରାଜେଶ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ପୋଲିସ ଡିଜି ରାଜେଶଙ୍କୁ ନିଲମ୍ବିତ କରିଛନ୍ତି।