ବାଲେଶ୍ୱର ଘଟଣା ପରେ ସରକାର ଆକ୍ସନରେ, ଛାତ୍ରୀ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ

Published By : Prameya-News7 Bureau | July 17, 2025 IST

ସମ୍ୱଲପୁର ୧୭/୦୭: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ର ଆତ୍ମାହୁତି ଘଟଣାରେ ଚେତିଲେ ସରକାର । ସମ୍ବଲପୁର ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ଆକ୍ସନ । ଛାତ୍ରୀ ନିର୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ । ଏଜୁକେସନ ବିଭାଗର ଅଧ୍ୟାପକଙ୍କୁ ବନ୍ଧିଛି ପୁଲିସ । 

ସୂଚନା ଅନୁଯାୟୀ, ୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ  ଅଭିଯୋଗ କରିଥିଲେ । ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମାତ୍ର ଏଫଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର । ଗୁରୁବାର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନାଙ୍କୁ ମହିଳା ଥାନା ପୋଲିସ ଗିରିଫ କରି କୋର୍ଟ ଚାଲାଣ କରିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.