ପଳାତକ ମାଲ୍ୟାଙ୍କ B'day ସେଲିବ୍ରେସନ୍ କଲେ ଲଳିତ ମୋଦି : ନିଜ ବାସଭବନରେ ଧୁମ୍ ନାଚିଲେ, ଫଟୋ ଭାଇରାଲ

NEWS7
assessment-of-iit-delhi

ନୂଆଦିଲ୍ଲୀ, ୧୮/୧୨: ସମାନ କାର୍ଯ୍ୟକ୍ରମରେ ଲଳିତ ମୋଦି ଏବଂ ବିଜୟ ମାଲ୍ୟା । ମାଲ୍ୟାଙ୍କ ପାଇଁ ପାର୍ଟି ରଖିଲେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଲିତ ମୋଦି । ଲଣ୍ଡନରେ ଭବ୍ୟ ଭୋଜିର ଆୟୋଜନ । ଏପରି କିଛି ଦେଖିବାକୁ ମିଳିଛି ଭାରତରୁ ପଳାୟନ କରିଥିବା ଶିଳ୍ପପତି ବିଜୟ ମାଲ୍ୟାଙ୍କ ଜନ୍ମ ଦିନର ପାର୍ଟିରେ । ତାହା ପୁଣି ଲଳିତଙ୍କ ବାସଭବନରେ ।

ରିପୋର୍ଟ ଅନୁସାରେ, ମାଲ୍ୟାଙ୍କ ଜନ୍ମ ଦିନ ପାଇଁ ଲଳିତ ନିଜର ବେଲଗ୍ରେଭ୍ ସ୍ଥିତ ବାସଭବନରେ ଏକ ପାର୍ଟିର ଆୟୋଜନ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜିମ୍ ରିଡେଲ୍ ନାମକ ଜଣେ ଫଟୋ ଗ୍ରାଫର ଉଭୟ ମାଲ୍ୟା ଏବଂ ଲଳିତଙ୍କ ଫଟୋ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଧନ୍ୟବାଦ ବୋଲି ଲେଖିଛନ୍ତି । ମାଲ୍ୟାଙ୍କ ୭୦ ଜନ୍ମଦିନ ଉପଲକ୍ଷେ ପାର୍ଟି ଦେଇଥିବାରୁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଯାହା ରିପ୍ଲାଏ ଦେଇଛନ୍ତି ଲଳିତ ମୋଦି । ବନ୍ଧୁ ବିଜୟଙ୍କ ପାଇଁ ପାର୍ଟିରେ ଯୋଗ ଦେଇଥିବାରୁ ରିଡେଲଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

 

ଖାଲି ଏତିକି ନୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ରିଡଲେ ନିମନ୍ତ୍ରଣ ପତ୍ର ସେୟାର କରିଛନ୍ତି । ଇନଷ୍ଟାରେ ସେ ଲେଖିଛନ୍ତି ଯେ, କିଙ୍ଗ୍ ଅଫ୍ ଗୁଡ୍ ଟାଇମ୍ସଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ଯାହା ସନ୍ଧ୍ୟାରେ ଆୟୋଜନ ହେବ । ନିମନ୍ତ୍ରଣ ପତ୍ରରେ ମାଲ୍ୟାଙ୍କ ଏକ କାର୍ଟୁନ୍ ଆକାରର ଫଟୋ ରହିଛି ।

ତେବେ ପାର୍ଟିରେ କିଛି ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଅଭିନେତା ଇଡ୍ରିସ୍ ଇବା, ଫ୍ୟାସନ ଡିଜାଇନର ମନୋଭିରାଜ ଖୋସଲା, କିରଣ ମଜୁମଦାର ଶାହ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ପୂର୍ବରୁ ଲଳିତ ନିଜର ୬୩ ତମ ଜନ୍ମଦିନ ପାଳନ କରିଥିଲେ । ଯେଉଁଥିରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ମାଲ୍ୟା ସାମିଲ ହୋଇଥିଲେ । ମେଫେୟାରର ଏକ୍ସକ୍ଲୁସିଭ୍ ମାଡକ୍ସ କ୍ଲବରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଥିରେ ଲଳିତ କେକ୍ କାଟୁଥିବା ନଜର ଆସିଥିଲେ ।