ତିନି ଦିନ ହେବ ନିଖୋଜ ଥିଲେ, ଏବେ ଗାଁ ଜଙ୍ଗଲରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

NEWS7
assam-government-has-announced-the-formation-of-a-committee-to-determine-whether-the-state-assembly-has-the-right-to-ban-polygamy

ପାଲଲହଡ଼ା ୦୭।୦୧ : ମହିଳାଙ୍କୁ ପଥରରେ ଛେଚି ହତ୍ୟା । ଅନୁଗୋଳ ଜିଲ୍ଲା ପାଲଲହଡ଼ା ସୁସାବନାଳି ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଜଣେ ବିଧବା ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତିନି ଦିନ ହେବ ମହିଳା ଜଣଙ୍କ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ବୁଧବାର ଦିନ ଅନୁଗୋଳ ଜିଲ୍ଲା ପାଲଲହଡ଼ା ସୁସାବନାଳି ଗାଁରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଛି । ମହିଳାଙ୍କୁ କିଏ ହତ୍ୟା କରିଛି, ସେନେଇ କୌଣସି ତଥ୍ୟ ଜଣାପଡିନାହିଁ । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।