ଫ୍ଲୋରିଡା ୧୦।୮: ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଆମେରିକାରେ ଥାଇ ଭାରତକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧରେ ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି ସଂକଟ ଦେଖାଦିଏ ତେବେ ଆମେ ପୁରା କ୍ଷେତ୍ରକୁ ପରମାଣୁ ଯୁଦ୍ଧ ଆଡକୁ ନେଇ ଦେବୁ। ସେ କହିଛନ୍ତି ଯେ ‘ଆମେ ଏକ ପରମାଣୁ ରାଷ୍ଟ୍ର’ ଯଦି ଆମେ ହାରୁଥିବାରୁ ଅନୁମାନ କରୁ ତେବେ ଆମେ ଅଧା ବିଶ୍ୱକୁ ଆମ ସହ ନେଇ ଡୁବିବୁ। ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ ପ୍ରଥମ ଥର ମିଳିଛି।
‘ଦି ପ୍ରିଣ୍ଟ’ ରିପୋର୍ଟ ଅନୁସାରେ ମୁନିର କହିଛନ୍ତି ଯେ ଭାରତ ସିନ୍ଧୁ ଜଳ ସନ୍ଧିକୁ ନିଲମ୍ବିତ କରିଛି। ଏଥି ଯୋଗୁ ପାକିସ୍ତାନରେ ୨.୫କୋଟି ଲୋକେ ଭୋକରେ ମରିବେ। ଏଥିରେ ଯଦି ସିନ୍ଧୁ ଜଳ ଅଟାକଇବାକୁ ଭାରତ କୌଣସି ବନ୍ଧ ନିର୍ମାଣ କରିବ ତେବେ ଆମେ ଏହାକୁ ୧୦ ମିଜାଇଲ ଲଗାଇ ଉଡାଇ ଦେବୁ। ସେ କହିଛନ୍ତି ସିନ୍ଧୁ ନଦୀ ଉପରେ ଭାରତର ମାଲିକାନା ହକ୍ ନାହିଁ ଓ ଆମ ପାଖରେ ମିଜାଇଲର ଅଭାବ ନାହିଁ।
ମୁନିର ଏହି ଧମକ ଏକ କାର୍ଯ୍ୟକ୍ରମ ଅବସରରେ ଦେଇଛନ୍ତି, ଯାହାକୁ ଫ୍ଲୋରିଡାର ଟାମ୍ପାରେ ବ୍ୟବସାୟୀ ଅଦନାନ ଅସଦ ଆୟୋଜନ କରିଥିଲେ। ଏହି ଉତ୍ସବର ଆରମ୍ଭ କୋରାନ ପଙକ୍ତି ଓ ପାକିସ୍ତାନ ଜାତୀୟ ସଙ୍ଗୀତ ସହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆସିଥିବା ଅତିଥିଙ୍କୁ ସାଙ୍ଗରେ ମୋବାଇଲ ଫୋନ ଅଥବା ଡିଜିଟାଲ ଡିଭାଇସ ନେଇଯିବାକୁ ଅନୁମତି ନଥିଲା ଓ ମୁନିରଙ୍କ ଭାଷଣର କୌଣସି ଲିଖିତ କାଗଜ ମଧ୍ୟ ଜାରି ହୋଇ ନାହିଁ।
ମୁନିର କହିଛନ୍ତି ଯେ ଯୁଦ୍ଧ ରାଜନୀତିକୁ ଛାଡିବା ଭଳି ଜିନିଷ ନୁହେଁ ଓ ରାଜନୀତିକୁ ମଧ୍ୟ କେବଳ ରାଜନେତାଙ୍କ ଉପରେ ଛାଡିବା ଉଚିତ ନୁହେଁ। ସେ କହିଛନ୍ତି ଯେ ପାକିସ୍ତାନରେ ସୈନ୍ୟ ଓ ରାଜନୈତିକ ନେତୃତ୍ୱ ଙ୍କୁ ମିଶିକି କାମ କରିବା ଦରକାର। ଏଥିରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାରିଫ କରି କହିଛନ୍ତି ଯେ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଲାଗି ନୋମିନେସନ କରାଯାଇଛି।