Live Live
LIVE

ଘରେ ରୋଷେଇ ହୋଇପାରୁନି, ବାହାରେ ଖାଦ୍ୟ କିଣିହେଉନି, କେମିତି ବଞ୍ଚିବେ ଲୋକେ

NEWS7
asi-to-start-repair-of-nata-mandaps-cracked-beam

ଭୁବନେଶ୍ୱର ୧୧/୦୩: ପଲ୍ଲୀରୁ ଦିଲ୍ଲୀ ଗ୍ୟାସ୍ ପାଇଁ ହାହାକାର । ସବୁଠି ରନ୍ଧନ ଗ୍ୟାସ ସଙ୍କଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର। ଏଲପିଜି ସିଲିଣ୍ଡର ପାଇଁ ଏଜେନସୀ ଆଗରେ ଲମ୍ବା ଲାଇନ। ସ୍ଥିତି ଏମିତି ହେଇଛି ଯେ, ୨୦-୨୫ ଦିନ ପୂର୍ବରୁ ଗ୍ୟାସ ବୁକ କରିଥିଲେ ବି ମିଳୁନି ସିଲିଣ୍ଡର । ଗତକାଲି ରିପୋର୍ଟରୁ ଜଣାପଡିଥିଲା ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ।

ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି ।

also read...

​​​​​​​ମଧ୍ୟପ୍ରାଚ୍ୟ ଅଶାନ୍ତି ବ୍ୟାପିଲା, ଚୁଲା ଅଛି ଗ୍ୟାସ୍ ନାହିଁ, କେମିତି ହେବ ଶବଦାହ?

ବାକି ରହିଲେ ଛୋଟିଆ ଦୋକାନ । ଛୋଟିଆ ଦୋକାନ ବନ୍ଦ ନକରି ବଢାଇଛନ୍ତି ଦର । ହାତ ମାରି ହଉନି ସବୁ ଖାଦ୍ୟରେ । ଜଳଖିଆରୁ ଆରମ୍ଭ କରି ଥାଳି କଥା ନକହିବା ଭଲ । ସବୁ ଜିନିଷିର ରେଟ୍ ଡବଲ । ଆରମ୍ଭ କରିବା ଗୋଟେ କପ୍ ଚା'ରୁ । ଚା' କପ୍ର ଦାମ ୧୦ ଟଙ୍କାରୁ ଏକାଥରକେ ୨୦ ଟଙ୍କାରେ ପହଞ୍ଚିଛି ।

​​​​​​​

ସେହିଭଳି ପୁରୀ ତରକାରି ପ୍ଲେଟର ମୂଲ୍ୟ ମଧ୍ୟ ୨୫ ରୁ ୩୦ ଟଙ୍କାରେ ପହଞ୍ଚିଛି । ପୋହା ପ୍ଲେଟ୍ ଏବେ ୬୦ଟାଙ୍କକୁ ବୃଦ୍ଧି ହୋଇଛି । ଇଡଲି ପ୍ଲେଟ୍ ୩୦ ରୁ ୫୦ ବୃଦ୍ଧି ହୋଇଛି । ଏହାସହ ବରା ମୂଲ୍ୟ ୩୦-୬୦କୁ ବୃଦ୍ଧି ହୋଇଛି । ଆଉ ରହିଲା ଚଟ୍ପଟା ଖାଦ୍ୟର ମୂଲ୍ୟ ସେ ବି ସ ସବୁ ସେମିତି । ଗୁପ୍ ଚୁପ୍ ରେଟ୍ ବି ବଢିଯାଇଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆକ୍ରୋଶ ।